ଏକ ନୂଆ ଆରମ୍ଭ

ଏପ୍ରିଲ ପହିଲାରେ ପରଦାକୁ ଆସିବ ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର’

0

ଦୁଇଦୁଇଜଣଙ୍କୁ ଜୀବନସାଥୀ କଲେ ଯାହା ଅବସ୍ଥା ହୁଏ, ଠିକ୍ ସେହି ଅବସ୍ଥା ଏବେ ଓଲିଉଡ ଅଭିନେତା ଅଭିଷେକଙ୍କର । ଦୁଇ ନାୟିକାଙ୍କ ପାଇଁ ଏବେ ସେ ଦ୍ୱନ୍ଦରେ ପଡିଛନ୍ତି । କାହା ମଥାରେ ସିନ୍ଦୂର ପିନ୍ଧାଇବେ ଓ କାହା ହାତରେ ଦେବେ ଶଙ୍ଖା ? କାହିଁକି ନା ଆସନ୍ତା ଅପ୍ରେଲ୍ ୧ , ଓଡିଶା ଦିବସ ଅବସରରେ ଓଡିଶାର ୨୫ଟି ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ତାଙ୍କ ଅଭିନୀତ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ।

- Advertisement -

ଲିରିକାଲ୍ ଟାଇଟଲ୍ ଭରା ଏହି ଚଳଚ୍ଚିତ୍ରଟି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ । ଯେଉଁଥିରେ ରୋମାନ୍ସ, ଫ୍ୟାମିଲି ଡ୍ରାମା ସହ ଆଇଟମ୍ ନମ୍ବରକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ମୁଖ୍ୟ ଭୂମିକାରେ ଅଭିଷେକଙ୍କ ସହିତ ଦୁଇ ନାୟିକା ମହିମା ଓ ଅଙ୍କିତା ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଓଲିଉଡର ବହୁ ଜଣାଶୁଣା କଳାକାର ମିହିର ଦାସ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଗୁଡ୍ଡୁ ଓ ଅନ୍ୟମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ।

ବନସ୍ୱର୍ଣ୍ଣ ଟେଲିଭିଜିନ ପ୍ରାଇଭେଟ୍ ଲିମିଟେଡ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ସମସ୍ତ ବର୍ଗର ଦର୍ଶକଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଯେଉଁଥିରେ ଦର୍ଶକ ଓଡିଆ କାହାଣୀ ପାଇବେ ବୋଲି କହିଛନ୍ତି ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରଂଜିତ ବାରିକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍ । ଗୀତଗୁଡିକୁ ହ୍ୟୁମାନ ସାଗର, ସ୍ୱୟମ୍ ପାଢୀ, ଇରା ମହାନ୍ତି, ରିଙ୍କି, ନେହା ଓ ନିହାରିକାଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀମାନେ ଗାଇଛନ୍ତି ।

Leave A Reply

Your email address will not be published.