ଏକ ନୂଆ ଆରମ୍ଭ

ପ୍ରେମରେ ରିୟା ୧୦୦ରୁ ୧୦୦ !

0

ନିର୍ଦ୍ଦେଶକ ସୁଧାକର ବସନ୍ତ ଓ ନିର୍ମାତା ନାରାୟଣ ନାୟକଙ୍କ ରୋମାଣ୍ଟିକ ଫିଲ୍ମ “ପ୍ରେମ ଅଢେଇ ଅକ୍ଷର” ଜରିଆରେ ଓଲିଉଡରେ ପ୍ରଥମେ ପାଦ ଥାପିଥିଲେ ବାଲେଶ୍ୱର ସୁନ୍ଦରୀ ରିୟା ଦେ । ପ୍ରଥମ ଚିତ୍ରରେ ତାଙ୍କ ନାୟକ ଥିଲେ ବାବୁସାନ୍ । ଏହି ଫିଲ୍ମଟି ଏକ ପ୍ରକାର ସବୁବର୍ଗର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ଏହି ଫିଲ୍ମ ପରେ ରିୟା ଆଉ ପଛକୁ ଫେରି ଚାହିଁନଥିଲେ ।

- Advertisement -

ଏକାଧିକ ଫିଲ୍ମରେ ଭିନ୍ନଭିନ୍ନ ନାୟକଙ୍କ ସହ ଅଭିନୟ କରି ସେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ । ଏହି ଧାରାରେ ରିୟା ଅମ୍ଳାନ ଓ ଜ୍ୟୋତିଙ୍କ ସହ ରିୟାଙ୍କ ଅନସ୍କ୍ରିନ୍ ଲଭ କେମିଷ୍ଟ୍ରୀ ବି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଅଭିନୟ ଓ ମଡେଲିଂରେ ରୁଚି ରଖୁଥିବା ରିୟା କହନ୍ତି, ପରିବାରର ପ୍ରେରଣା ମୋତେ ଆଜି ଏହି ସ୍ଥାନକୁ ନେଇଆସିଛି । ଆଜି ବି ସେମାନଙ୍କ ପ୍ରେରଣାରେ ରିୟା ବାଟ ଚାଲୁଥିବା କହିଛନ୍ତି ।

ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନୂଆ ଫିଲ୍ମ “ଲାଗେ ପ୍ରେମ ନଜର”ରେ ରିୟାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହ ପ୍ରିୟା ଓ ରାଗିଣୀ ମଧ୍ୟ ଭିନ୍ନ ଭୂମିକାରେ ନଜର ଆସିବେ । ଫିଲ୍ମର ରିଲିଜ ଅପେକ୍ଷା ରେ ରହିଥିବାବେଳେ ଏଥିରେ ପ୍ରେମ ପାଇଁ ରିୟାଙ୍କୁ କ’ଣ କ’ଣ କରିବାକୁ ପଡୁଛି ତାହା ଦେଖିବାକୁ ମିଳିବ । ନିର୍ଦ୍ଦେଶକ ଶ୍ରୀ ପଣ୍ଡାଙ୍କ ଅନ୍ୟ ଫିଲ୍ମ ଭଳି ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.