ଏକ ନୂଆ ଆରମ୍ଭ

ମୁକ୍ତିଲାଭ ଅପେକ୍ଷାରେ “ଗାଁର ନାଁ ଗାଲୁଆପୁର”

0

ଭୁବନେଶ୍ୱର: ପପୁ ପମ୍‌ପମ୍ ଓ ମନୀଷାଙ୍କ ଅଭିନୀତ ପ୍ରଥମ ଫିଲ୍ମର ଟାଇଟଲ୍ ରହିଛି “ଗାଁର ନାଁ ଗାଲୁଆପୁର” । ଏକ ଗ୍ରାମୀଣ ପରିବେଶ ଓ ସୁନ୍ଦର କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି ।

- Advertisement -

ସ୍ୱଛ ଭାରତର ନାରାକୁ ସାର୍ଥକ କରିବା ପ୍ରଚେଷ୍ଟାରେ କାହାଣୀକାର ନନ୍ଦଲାଲ ମହାପାତ୍ର ପ୍ରସ୍ତୁତ କରିଛନ୍ତି ଭିନ୍ନ ଧରଣର କଥାବସ୍ତୁ । ନବାଗତ ପ୍ରଯୋଜକ ସଂପ୍ରିତ ଶଥପଥୀ ପ୍ରଥମ ଥର ପାଇଁ ଓଡିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଛନ୍ତି । ସଂପ୍ରିତ ନିଜସ୍ୱ ତତ୍ତ୍ୱାବଧନରେ ଆରମ୍ଭରୁ ପୋଷ୍ଟ ପ୍ରଡକ୍ସନର ଦାୟିତ୍ୱ ନେଇ ଚଳଚ୍ଚିତ୍ରଟିକୁ ପ୍ରସ୍ତୁତ କରିଛନ୍ତି ।

ସନ୍ତୋଷ ଶତପଥୀ ନିବେଦିତ ଓ ପ୍ରତିମା ପ୍ରଡକ୍ସନ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପୁଚୁକି ଗାଲି ଫେମ୍ ଅମରେନ୍ଦ୍ର ମହାନ୍ତି । ଏଥିରେ ବିଶେଷ ଆକର୍ଷଣ ରହିଛି ଯାତ୍ରା ଜଗତର ସୁନାମଧନ୍ୟ ଡାନ୍ସର ରାନୀ ପଣ୍ଡାଙ୍କ ଆଇଟମ୍ ଡାନ୍ସ ।

ଫିଲ୍ମର ସେନ୍ସର ସରିଥିଲାବେଳେ ମୁକ୍ତିଲାଭ ଅପେକ୍ଷାରେ ରହିଛି ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଅଭିନୟରେ କୁନା ତ୍ରିପାଠୀ, ମିହିର ଦାସ, ସନ୍ତୋଷ ଶତପଥୀ, ଅନ୍ତର୍ଯ୍ୟାମୀ ପଣ୍ଡା, ସୁଜିତ ଓ ଶଙ୍କର ପ୍ରମୁଖ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର ସହ ପ୍ରଯୋଜନା କରିଛନ୍ତି ସମ୍ବିତ ସ୍ୱରୂପ ଶତପଥୀ, ଦିପ୍ତୀ ରଂଜନ ସାହୁ, ସବ୍ୟସାଚୀ ଜେନା ଓ ଦିବ୍ୟଲୋଚନ ସାହୁ ।

Leave A Reply

Your email address will not be published.