ଏକ ନୂଆ ଆରମ୍ଭ

ରଜରେ ଆସୁଛି “କହିବିନି ତୋତେ ଆଇ ଲଭ ୟୁ”

0

ଭୁବନେଶ୍ୱର: ଲକଡାଉନ୍ ପାଇଁ ଅଟକି ରହିଛି ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “କହିବିନି ତୋତେ ଆଇ ଲଭ ୟୁ” । ଫିଲ୍ମରେ ନିର୍ଦ୍ଦେଶନା ଓ ଅଭିନୟ ଜରିଆରେ ଡେବ୍ୟୁ କରୁଛନ୍ତି ଆଲବମ୍ ଷ୍ଟାର ଲୁବୁନ୍ ସେନ୍ । ଏକ ବାସ୍ତବ ପ୍ରେମ କାହାଣୀ ଉପରେ ଫିଲ୍ମଟି ଆଧାରିତ । ଯେଉଁଠି ପ୍ରତିଟି ସୋପାନରେ ଦେଖିବାକୁ ମିଳିବ ଭିନ୍ନଭିନ୍ନ ଟୁଇଷ୍ଟ । ପ୍ରେମିକା ଓ ପ୍ରେମିକ ଦୁହେଁ ପଡିଛନ୍ତି ପରସ୍ପରଙ୍କ ପ୍ରେମରେ । ହେଲେ କେହି କାହାକୁ ମୁଁ ତୁମକୁ ଭଲ ପାଏ ବୋଲି କହିପାରୁନାହାଁନ୍ତି । କିଛି ଏଭଳି ପ୍ରେମ କାହାଣୀରେ ବେଶ କିଛି ଚରିତ୍ର ଆବିର୍ଭାବ ହେବ ବୋଲି ଜଣାଇଛନ୍ତି ଅଭିନେତା ଲୁବୁନ୍ ।

- Advertisement -

ତିତ୍‌ଲି ପ୍ରଡକ୍ସନ୍ ନିବେଦିତ ପ୍ରଥମ ଚଳଚ୍ଚିତ୍ର “କହିବିନି ତୋତେ ଆଇ ଲଭ ୟୁ”ରେ ସହଭାଗୀତା କରିଛନ୍ତି ଏଲଟି ପ୍ରଡକ୍ସନ୍ । କାହାଣୀ ପରିକଳ୍ପନା ସାଙ୍ଗକୁ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରୀତିଶ ମହାନ୍ତି । ଅନ୍ୟପଟେ ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡର ଜଣାଶୁଣା ଡୁଓ ଆଲବମ୍ କିଙ୍ଗ ଲୁବୁନ୍ ଟୁବୁନ୍ । ଫିଲ୍ମର ସମସ୍ତ ଭାଗ ସୁଟିଂ ସରିଥିଲାବେଳେ ପୋଷ୍ଟ ପ୍ରଡକ୍ସନ କାମ ବି ସରିଛି । କେବଳ ଅପେକ୍ଷା ସେନ୍ସର ପାଇଁ । ବାସ୍ ଏତିକି କାମ ସରିଲେ ଆଗାମୀ ରଜ ଭେଟି ଭାବେ ଫିଲ୍ମଟି ଓଡିଆ ଦର୍ଶକଙ୍କ ସାମ୍ନାକୁ ଆସିବ ବୋଲି ଜଣାଇଛନ୍ତି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।

ବାପୁ ଗୋସ୍ୱାମୀଙ୍କ ରଚିତ ଗୀତଗୁଡିକର ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାସ । ଅଭିନେତା ଲୁବୁନ୍‌ଙ୍କ ବିପକ୍ଷରେ ଅଛନ୍ତି ଅଭିନେତ୍ରୀ ସୋନା । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ମନସ୍ୱିନୀ, ସନ୍ଦିପ ମିଶ୍ର, ଅର୍ପିତା କର, ରିଷ୍ଣା, ସରୋଜ ଦାସ, ଅଶୋକ ଦାଶ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଟନିଆ ଭାଇ, ମିଲି ମହାନ୍ତି, ଡିସ୍କୋ ରେଡ୍ଡୀ, କାଳିଆ, ଗୁଡ୍ଡୁ ଓ ନନ୍‌ସେନ୍ସ ମଣିଙ୍କ ଭଳି କଳାକାର ।

Leave A Reply

Your email address will not be published.