ଏକ ନୂଆ ଆରମ୍ଭ

ପ୍ରେମ, ପ୍ରଣୟ, ପ୍ରତିଶୋଧ ର କାହାଣୀ ” ଚକ୍ଷୁବନ୍ଧନ”

0

ହାରିଯିବାର ଭୟ ବିଚଳିତ କରେ, ହରେଇବାର ଭୟ ବ୍ୟଥିତ କରେ । ହାରିଗଲେ ହୁଏ ତ ମଣିଷ ନିଜକୁ ସମ୍ଭାଳିନିଏ । ହେଲେ ହରେଇଦେଲେ ବିଚାର ଶକ୍ତି ଶୂନ୍ୟ ହୋଇଯାଏ । ସେତେବେଳେ ସେ ଏମିତି କିଛି କରି ବସେ ଯାହାର ପରିଣତି ବିଷୟରେ ସେ ଚିନ୍ତା କରିପାରେନା । ଆଘାତ ଦେବାକୁ ଯାଇ ଆହତ ହୁଏ । ପ୍ରତିଶୋଧ ପରାୟଣ ତା’ ମନକୁ ଅତି ସହଜରେ ସମ୍ମୋହିତ କରାଯାଇପାରେ । ଚତୁରତାର ସହ ତାକୁ କରାଯାଇପାରେ “ଚକ୍ଷୁବନ୍ଧନ” ।

- Advertisement -

ପ୍ରେମ, ପ୍ରଣୟ, ପରିଣୟ ଓ ପ୍ରତିଶୋଧର ଏମିତ ଏକ ଅନନ୍ୟ କହାଣୀ “ଚକ୍ଷୁବନ୍ଧନ” । ରହସ୍ୟମୟ ପରିବେଶରେ ରୋମାଂଚକର ପରିସ୍ଥିତି । ସନ୍ଦେହ ଘେରରେ ସମସ୍ତ ଚରିତ୍ର ।

ଏମିତି ଏକ ମୌଳିକ କାହାଣୀକୁ ରୂପେଲି ପରଦାରେ ଓଡିଶାର ସିନେପ୍ରେମୀଙ୍କୁ ଆସନ୍ତା ରଜରେ ଭେଟି ଦେବାକୁ ଯାଉଛନ୍ତି ଅନିଶ ଏଣ୍ଟରଟେନମେଣ୍ଟର ପ୍ରଯୋଜକ ତପନ କୁମାର ଦାଶ ।

କାର୍ଯ୍ୟକାରୀ ପ୍ରଯୋଜକ ଦିଲ୍ଲୀପ ବଳବନ୍ତରାୟ ଓ କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ ।

Leave A Reply

Your email address will not be published.