ଏକ ନୂଆ ଆରମ୍ଭ

ଏଥର ଆସ ଭାଉଜ ଖେଳିବା ରଜ

0

ଆମ ଟିଭି ପ୍ରସ୍ତୁତ ରଜର ରାଜକୁମାରୀ ସିଜିନ୍‌-୩ର ଅପୂର୍ବ ସଫଳତା ପରେ ଏଥର ଆମ ଟିଭି ଟିକେ ନିଆରା ଢଙ୍ଗରେ ରଜ ପାଳିବ । ଗତଥର କରୋନା ମହାମାରୀ ସମୟରେ ପ୍ରତିଯୋଗୀଙ୍କ ଅଡିସନ୍ ଡିଜିଟାଲ୍ ପ୍ଲାଟଫର୍ମରେ ନିଆଯାଇଥିଲା । ପରେ ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓକୁ ଜଜ୍‌ମାନଙ୍କ ଦ୍ୱାରା ଭର୍ଚୁଆଲ୍ ସୋ’ରେ ପୁରସ୍କୃତ କରାଯାଇଥିଲା ।

- Advertisement -

ଏଥର ପ୍ରତିଯୋଗୀତାରେ ଟିକେ ହାଲକା ପରିବର୍ତ୍ତନ ହୋଇଛି । ଅବିବାହିତ ନୁହେଁ ବରଂ ଏଥର ବିବାହିତ ମହିଳା ଖେଳିବେ ରଜ । ଆମ ସୋ’ ମାଧ୍ୟମରେ ବିବାହିତ ମହିଳା ବଖାଣିବେ ତାଙ୍କ ବିବାହ ପୂର୍ବର ରଜମଉଜ ଅନୁଭୂତି । ଛୋଟ ଛୁଆଙ୍କୁ ସଜବାଜ କରିବା ସହ ଗୀତ ଗାଇ ମୋବାଇଲରେ ଆମକୁ ହ୍ୱାଟ୍ସଆପ୍ କରିବେ । ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓ ଆମ ବିିଚାରକ ମଣ୍ଡଳୀଙ୍କ ମାଧ୍ୟମରେ ମନୋନୀତ କରି ଜୁମ୍ ମିଟିଙ୍ଗ ମାଧ୍ୟମରେ ପୁରସ୍କୃତ କରାଯିବ ବୋଲି ପ୍ରକାଶ କରିଛନ୍ତି ଆମ ଟିଭିର ପ୍ରତିଷ୍ଠାତା ପ୍ରଣୟ ଜେଠୀ ।

ଚଳିତବର୍ଷର ଜଜ୍ ଭାବେ ଗତବର୍ଷର ବିଜେତା ଦୀପ୍ତି ପଟ୍ଟନାୟକ, ଅଭିନେତ୍ରୀ ସ୍ୱିଟି ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍ ପ୍ରମୁଖ ଯୋଗଦେବେ । ଇଛୁକ ଭାଉଜମାନେ ସେମାନଙ୍କ ଭିଡିଓ ଆମ ହ୍ୱାଟ୍ସଆପ୍ ନମ୍ବର ୯୯୩୮୯୧୫୨୫୫କୁ ପଠାଇପାରିବେ ।

Leave A Reply

Your email address will not be published.