ଏକ ନୂଆ ଆରମ୍ଭ

ବିଶ୍ବ ସୁନ୍ଦରୀଙ୍କ ନାଁରେ ଥାନାରେ ମାମଲା

0

ଚଣ୍ଡିଗଡ଼(ଆମ ଟିଭି): ବିଶ୍ବ ସୁନ୍ଦରୀଙ୍କ ନାଁରେ ଥାନାରେ ମାମଲା। ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ହରନାଜ ସନ୍ଧୁଙ୍କ ନାଁରେ ଅଭିଯୋଗ କରିଛନ୍ତି ପଞ୍ଜାବୀ ସିନେ ପ୍ରଯୋଜକ ଉପାସନା ସିଂ । ଫିଲ୍ମ ପ୍ରମୋସନ ପାଇଁ ହରନାଜ ଚୁକ୍ତି କରିଥିବା ବେଳେ ଏବେ ସମୟ ଦେଉ ନଥିବାରୁ ଉପାସନା ଆଇନର ଆଶ୍ରୟ ନେଇଛନ୍ତି । ଉପାସନାଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହରନାଜ ।

ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉନାହାନ୍ତି । ଉପାସନାଙ୍କ ସନ୍ତୋଷ ଏର୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଆଉ ଏକ ଫିଲ୍ମରେ ବି ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.