କାଲି ଯାଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ରାୟ ସଂରକ୍ଷିତ ରଖିଲେ ସୁପ୍ରିକୋର୍ଟ
ନୂଆଦିଲ୍ଲୀ(ଆମ ଟିଭି): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ରାୟ କାଲି ଯାଏ ସଂରକ୍ଷିତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍ଖନନ ଏବଂ ନିର୍ମାଣ କାର୍ୟ୍ୟକୁ ବିରୋଧ କରି ଆଗତ ପିଟିସନ୍ଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ୍ କୋର୍ଟ ନିଜର ରାୟ କାଲିଯାଏ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅଦାଲତ ଏହି ମାମଲାର ରାୟ ଶୁଣାଇବେ।
ବିଚରପତି ବି.ଆର୍. ଗୱାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ୟ୍ୟରୁ ରାଜ୍ୟ ସରକାରଙ୍କୁ ବିରତ କରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ଆଗତ ଦୁଇଟି ସ୍ବତନ୍ତ୍ର ‘ଲିଭ୍ ପିଟିସନ୍’ର ଶୁଣାଣି କରିଛନ୍ତି।