ଏକ ନୂଆ ଆରମ୍ଭ

ଚିରନିଦ୍ରାରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର

0

ଓଲିଉଡକୁ କରୋନାର ଆଉ ଏକ ଶକ୍ତ ଝଟକା । ସବୁ ଦିନ ପାଇଁ ନୀରବି ଯାଇଛି ରାଜ୍ୟର ନାଁ କରା କଣ୍ଠଶିଳ୍ପୀ ତପୁମିଶ୍ର । ଗତ କିଛି ଦିନ ଧରି ତପୁମିଶ୍ର କରୋନା ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ପରବର୍ତି ସ୍ୱାସ୍ଥ୍ୟ ଜଟିଳତା ଦେଖା ଦେଇଥିଲା । କୋରନା ସଂକ୍ରମଣ ହେବା ପରେ ତାଙ୍କର ଫୁସଫୁସ ୍ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଶେଷ ୪୮ ଘଂଟା ତାଙ୍କର ଅବସ୍ଥା ଅଧିକ ଜଟିଳ ହୋଇଥିଲା । କରୋନା ସହିତ ଲଢେଇ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କଳାକାର ତଥା ତାଙ୍କର ଫ୍ୟାନ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ହେଲେ ନିୟତି କିଛି ଅଲଗା ରଖିଥିଲା ଏହି ପ୍ରତିଭାବାନ୍ କଣ୍ଠଶିଳ୍ପୀଙ୍କ ଭାଗ୍ୟରେ । ଆଜି ରାତି ୧୧ଟାରେ ତାଙ୍କର ନିଧନ ଘଟିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.