ଏକ ନୂଆ ଆରମ୍ଭ

କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କୁ ସରକାର ଙ୍କ ସହାୟତା ୧ ଲକ୍ଷ

0

ଭୁବନେଶ୍ୱର: କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଛି । କଳାକାର ସଂଘ ଓ ଓଡ଼ିଶାବାସୀଙ୍କ ଅନୁରୋ ଧ ପରେ ସରକାର ଙ୍କ କଳାକାର କଲ୍ୟାଣ ପାଣ୍ଠିରୁ ୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ସଂସ୍କୃତି ବିଭାଗ।

- Advertisement -

ତପୁଙ୍କ ଭଉଣୀ ଧ୍ରୁତିଦୀପା ମିଶ୍ର ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତପୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଏଥିସହ ତାଙ୍କର ଅଧିକ ଚିକିତ୍ସା ପାଇଁ ସହାୟତା ରାଶି ସରକାର ଓ ଜନସାଧାରଣଙ୍ ଙ୍କୁ ନିବେଦନ କରିଥିଲେ।

“ଗତ ଦୁଇ ଦିନ ଧରି ତାଙ୍କ ଶରୀରେ କୌଣସି ପ୍ରତିକ୍ରିୟା ହେଉନାହିଁ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରିକି ଫୁସଫୁସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି” (୭୫%) ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ତପୁଙ୍କ ପିତା ଗତ ମେ ୧୦ରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ତପୁଙ୍କର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ସେ ହୋମ୍ ଆଇସୋଲେସନରେ ଥିଲେ। ମେ ୩୧ରେ ତାଙ୍କର ଅକ୍ସିଜେନ ସ୍ତର ୪୫କୁ ଖସି ଆସିବାରୁ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପ୍ରାୟ କିଛିଦିନ ତଳେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.