ଏକ ନୂଆ ଆରମ୍ଭ

କଣ୍ଠଶିଳ୍ପୀ ସୁସ୍ମିତା ଙ୍କ International Union for Conservation of Nature ସହ ଚୁକ୍ତିନାମା

0

ଓଡିଶା ର ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଙ୍କୁ ଏହି ନିକଟରେ INTERNATIONAL UNION FOR CONSERVATION OF NATURE (IUCN) ଦ୍ୱାରା ସନ୍ମାନୀତ କରା ଯାଇଅଛି| IUNC ସବୁବେଳେ ପ୍ରଚେଷ୍ଟା ଥାଏ କିପରି ଭାବେ ଆମ ପ୍ରକୁତି କୁ ସୁରକ୍ଷା ଦେବା | ଏହି ପରିପ୍ରେକ୍ଷୀ ରେ ଯେଉଁ ମାନେ ଆମ ସମାଜ ଏବଂ ଆମ ପ୍ରକୁତି ଓ ପରମ୍ପରା କୁ ବଞ୍ଚାଇ ରଖିଛନ୍ତି, ସେମାନଙ୍କୁ IUNC ସଦା ସର୍ବଦା ସହଯୋଗ କରିଥାଏ|

- Advertisement -

ସୁସ୍ମିତାଙ୍କ ସମସ୍ତ ଗୀତ ଗୁଡିକ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଅନେକ ସମୟରେ ସାମାଜିକ ଚେତନା କୁ ନେଇ କରୁଥିବାରୁ IUCN ତାଙ୍କୁ ସନ୍ମାନୀତ କରିଚି| ଏହା ଛଡା IUCN ସୁସ୍ମିତା ଙ୍କୁ ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଏକ ଗୀତ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଛି| ଯାହାର ବିଷୟ ବସ୍ତୁ ରହିବ “ପୃଥିବୀ ମନ୍ଥନ”| ଏହି ଗୀତ ରେ ମଧ୍ୟ IUCN ମିଳିତ ଭାବେ ସୁସ୍ମିତା ଙ୍କ କାମ କରିବ ଏବଂ ଜୁନ ୫ ବିଶ୍ୱ ପର୍ଯ୍ୟାବରଣ ଦିବସ ରେ ଏହି ଗୀତଟିକୁ ଉନ୍ମୋଚନ କରାଯିବ. ଏହା ଯେ କେବଳ ସୁସ୍ମିତା ଙ୍କ ପାଇଁ ଗର୍ବ ର କଥା ତାହା ନୁହେ ସମଗ୍ର ଓଡିଶା ବାସୀଙ୍କ ପାଇଁ ମଧ୍ୟ ଗୌରବ ର ପରିଭାଷା.
ସୁସ୍ମିତା ଦାସ ଏହି ସଫଳତା ପାଇଁ ସେ IUCN ସହ ସମସ୍ତ ସ୍ରୋତ ମାନଂକୁ ଧନ୍ୟବାଦ ଜଣିଆଇଚନ୍ତି  |

Leave A Reply

Your email address will not be published.