ଏକ ନୂଆ ଆରମ୍ଭ

ରାଜରାସ୍ତାରେ ରେଷ୍ଟୁରାଣ୍ଟ୍ ମାଲିକ ସରକାର ୫୦ ଭାଗ ଲୋକ ବସିବାକୁ ଅନୁମତି ଦେବାକୁ ଦାବି

0

ମହାମାରୀ କରୋନା ପାଇଁ ରେଷ୍ଟୁରାଣ୍ଟ ବ୍ୟବସାୟ ଏବେ ମାନ୍ଦା ପଡିଛି। ସରକାର କେବଳ ଅନଲାଇନ ଅର୍ଡର ଏବଂ ପାର୍ଶଲ ରେଷ୍ଟୁରାଣ୍ଟରୁ ନେଇ ପାରିବାର ବ୍ୟବସ୍ଥା କରିଛନ୍ତି।ମାତ୍ର ଏଥିରୁ ଯାହା ବ୍ୟବସାୟ ହେଉଛି ତାହା ସେମାନ ଙ୍କ ଭରଣପୋଷଣ ପାଇଁ ଯଥେଷ୍ଟ ନୁହଁ। କେବଳ ଖାଲି ରାଜଧାନୀରେ ୫୦୦୦ ରୁ ଉର୍ଦ୍ଧ ରେଷ୍ଟୁରାଣ୍ଟ ରହିଛି ଏବଂ ଏହାକୁ ନିର୍ଭର କରି ପାଖାପାଖି ୧୫୦୦୦ରୁ ଉର୍ଦ୍ଧ୍ବ ପରିବାର ଚଳନ୍ତି। ଏବେ ତାଙ୍କ ପରିବାର ଚଳାଇବାକୁ ଅକ୍ଷମ ହେଉଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ରେଷ୍ଟରାଣ୍ଟ ଆସୋସିଏସନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ୫୦ ପ୍ରତିଶତ ଗ୍ରାହକ
ଙ୍କୁ କୋଭିଡ ଗାଇଡଲାଇନ ମାନି ରେଷ୍ଟୁରାଣ୍ଟରେ ଖାଇବାକୁ ସରକାର ଅନୁମତି ଦେବାକୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି।ଏହା ସହ ସରକାର ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ସେମାନେ ରାଜରାସ୍ତାକୁ ଓଲ୍ଲଇବେ ବୋଲି କହିଛନ୍ତି।

Leave A Reply

Your email address will not be published.