ଏକ ନୂଆ ଆରମ୍ଭ

ନୂଆ ଶୈଳୀ, ନୂଆ କାହାଣୀ…ଶହୀଦ ରଘୁ ସର୍ଦ୍ଦାର

0

ଓଡିଶାର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ଭାବେ ଶହୀଦ ରଘୁ ସର୍ଦ୍ଦାର ବେଶ ଜଣାଶୁଣା । ତାଙ୍କ ବୀରତ୍ୱ ଗାଥାକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ନିକଟକୁ ନେଇ ଆସୁଛନ୍ତି ଡା. ବିଶ୍ୱନାଥ ପଟ୍ଟନାୟକ । ଚଳଚ୍ଚିତ୍ର ଶହୀଦ ରଘୁ ସର୍ଦ୍ଦାର ପରି ଐତିହାସିକ କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ସୁନାମଧନ୍ୟ ନିର୍ଦ୍ଦେଶକ ରାଜୀବ ମହାନ୍ତି । ସଂଳାପ ରଚନା କରିଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ସଂଳାପକାର ଡ. ରଜନୀ ରଂଜନ ।

- Advertisement -

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଦେବାଶିଷ ପାତ୍ର । ଏଭଳି ଚଳଚ୍ଚିତ୍ର ଓ ଚରିତ୍ର ଦେବାଶିଷଙ୍କ ପାଇଁ ଚାଲେଂଜ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ । ସେ ଏପରି ବି କହିଥିଲେ ଯେ, ଏହି ଫିଲ୍ମରେ ସେ ନିଜର ସବୁ ଅଭିଜ୍ଞତା ନିଗାଡି ଦେଇଛନ୍ତି । ଅନ୍ୟ ସବୁ ଦର୍ଶକ ବିଚାର କରିବେ ।

ଦେବାଶିଷଙ୍କ ବିପକ୍ଷରେ କାଉଁରୀ କନ୍ୟା ଫେମ୍ କାବ୍ୟା କିରନ୍ ଥିବାବେଳେ ରୁଦ୍ର, ଜିନା, ସନ୍ତୋଷ, ଟ୍ୱିଙ୍କଲ୍‌, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ରାଜୀବ ମହାନ୍ତି ଓ ସୁଧାକର ବସନ୍ତ ପ୍ରମୁଖ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଳା । ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଏବଂ ରଂଜନ ଦାସ ।

ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଅଛନ୍ତି ଓଡିଶାର ଜଣାଶୁଣା କ୍ରିଏଟିଭ ହେଡ୍ ଓ ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ । ଚଳଚ୍ଚିତ୍ରଟି ନିଶ୍ଚିତ ଦର୍ଶକଙ୍କ ମନକୁ ଛୁଇଁବା ସହ ଓଲିଉଡରେ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ବୋଲି ପ୍ରଣୟ ଜେଠୀ ମତପୋଷଣ କରିଛନ୍ତି ।

Leave A Reply

Your email address will not be published.