ଏକ ନୂଆ ଆରମ୍ଭ

ଜୀବନ ଆଗେ, ଜୀବିକା ପଛେ !

0

କୋଭିଡ-୧୯ର ଦ୍ୱିତୀୟ ଲହରି ସାରା ଭାରତ ବର୍ଷରେ କୋକୁଆ ଭୟ ସୃଷ୍ଟି କରିଛି । ସମସ୍ତେ ଭୟଭୀତ ହେବା ସ୍ୱାଭାବିକ । ଆମେ ପରସ୍ପରକୁ ଦୋଷାରୋପ ନକରି ଏକାଠି କାମ କରିବାର ସମୟ ଆସିଛି । କେହି ନିର୍ବାଚନ କମିଶନକୁ ତ କେହି ରାଜନୈତିକ ଦଳକୁ ଦୋଷାରୋପ କରିବାରେ ଲାଗିଛନ୍ତି । ବର୍ତ୍ତମାନ ସମୟ ଜୀବନ ବଂଚାଇବାର । ନିଜର ଅମାନିଆ ଗୁଣ ବା ଖାମ୍‌ଖିଆଲ୍ ମନୋଭାବ ଅନ୍ୟମାନଙ୍କ ଜୀବନକୁ ବିଦପକୁ ଠେଲି ନଦେଉ । ସମସ୍ତେ ମାସ୍କ ପିନ୍ଧନ୍ତୁ, ଭଲଭାବେ ହାତ ଧୁଅନ୍ତୁ । ବାହାରକୁ ନ ବାହାରି ଘରେ ରୁହନ୍ତୁ ।

- Advertisement -

ଏବେ ଆମେ ସମସ୍ତେ ୱାର୍କ ଫ୍ରମ୍ ହୋମ୍ ଶୈଳୀରେ ଅଭ୍ୟସ୍ତ ହୋଇସାରିଛୁ । ସବୁ କ୍ଷେତ୍ରରେ ଅଭାବ ଅସୁବିଧା ସୃଷ୍ଟି ହୋଇସାରିଛି । ଚଳଚ୍ଚିତ୍ର ହଲ୍ ବନ୍ଦ, ସୁଟିଂ କାଁଭାଁ ଚାଲିଛି । ସମ୍ବାଦପତ୍ର ଓ ଟିଭିରେ ବିଜ୍ଞାପନର ସୁଅ ଢେର କମିଛି । ଶିକ୍ଷାନୁଷ୍ଠାନ ଗୁଡିକରେ ତାଲା ଝୁଲୁଛି । ମାଲିକଠୁ କର୍ମଚାରୀ ସମସ୍ତେ ବ୍ୟତିବ୍ୟସ୍ତ । ସମସ୍ତଙ୍କ ଭାତହାଣ୍ଡି ଏବେ ବିପଦପୂର୍ଣ୍ଣ । ଏପରି ସମୟରେ ଆସନ୍ତୁ ସମସ୍ତେ ଏକାଠି ହୋଇ ଲଢିବା । କରୋନାର ଦ୍ୱିତୀୟ ଲହରିକୁ ପ୍ରଥମ ଲହରୀ ଭଳି ଦୂରେଇ ଦେବା ।

ଜୀବନ ରହିଲେ ଜୀବିକା ରହିବ । ଜୀବିକା ରହିଲେ ପରିବାର ରହିବ, ଆମେ ସମସ୍ତେ ରହିବା । ସମସ୍ତେ ଟିକାକରଣ ପ୍ରକ୍ରିୟାରେ ସହଯୋଗ କରି ଟିକା ନେବା । ଦେଶକୁ କରୋନା ମୁକ୍ତ କରିବା ।

Leave A Reply

Your email address will not be published.