ଏକ ନୂଆ ଆରମ୍ଭ

ଚର୍ଚ୍ଚା ସାଉଣ୍ଟୁଛି ପପୁ ପମ୍‌ପମ୍‌ଙ୍କ ଅନ୍‌ଲାଇନ୍ କ୍ଲାସ୍

0

ଭୁବନେଶ୍ୱର: ପପୁ ପମ୍‌ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀ । ଏହି ହାସ୍ୟ ଅଭିନେତାଙ୍କୁ କିଏ ବା ନଜାଣେ । ଏଠି ସେଠି ସବୁଠି ତାଙ୍କ ପ୍ରଶଂସକ ଭର୍ତ୍ତି । ଟିଭି ପରଦା କିମ୍ବା ଛୋଟ ପରଦାରେ ସେ କେବେ ବି ନିଜ କଳାକୁ ସୀମିତ ରଖିନାହାଁନ୍ତ । ବରଂ ସୁଯୋଗ ମିଳିଲା ମାତ୍ରେ ଖୋଲିଦିଅନ୍ତି ନିଜ ହସ ପେଡି । ଦର୍ଶକଙ୍କ ମୁହଁରେ ବାଣ୍ଟିଦିଅନ୍ତି ହସ, ସାଉଣ୍ଟି ଆଣନ୍ତି ପ୍ରଶଂସକଙ୍କ ଭଲ ପାଇବା । ସେହି ଭଲ ପାଇବାରେ ପ୍ରେରିତ ହୋଇ ପପୁ ପମ୍‌ପମ୍ ନେଇ ଆସିଛନ୍ତି ନିଜ ଅନ୍‌ଲାଇନ୍ କ୍ଲାସ । ଖାସ୍ କରୋନା ମହାମାରୀରେ ଲୋକଙ୍କ ମନରୁ ଦୁଃଖ ଅବସାଦକୁ ଭୁଲାଇ ତାଙ୍କୁ ମନୋରଂଜନର ଖୋରାକ ଯୋଗାଇବା ପାଇଁ ପପୁ ଏକ ନୂଆ ଅବତାରରେ ଆସିଛନ୍ତି ।

 

- Advertisement -

କରୋନାର ଦ୍ୱିତୀୟ ଲହରରେ ପପୁ ପମ୍‌ପମ୍ ଆରମ୍ଭ କରିଛନ୍ତି ନିଆରା କମେଡି ସୋ ପପୁ ସାର୍ ଅନଲାଇନ୍ । ହେଲେ ଟିକେ ହଟକେ ଅନ୍ଦାଜରେ । ଚିରାଚରିତ କମେଡି ନୁହେଁ ବରଂ ଅନେକ ଜଣାଅଜଣା ଘଟଣା ଓ ପ୍ରଶ୍ନୋତ୍ତର ସହ ଏହି ସୋ ଅଗଣିତ ଦର୍ଶକଙ୍କୁ ଦେଇଚାଲିଛି ମନୋରଂଜନର ନିଆରା ସ୍ୱାଦ । ଭିନ୍ନଭିନ୍ନ କଥାବସ୍ତୁ, ଇତିହାସ, ପୌରାଣିକ କଥା ଓ କିଛି ମଂଜ କଥା କହି ଦର୍ଶକଙ୍କୁ ପରଷୁଛନ୍ତି କୌତୁକିଆ ବ୍ୟଂଜନ ।

ବେଶ ଅଲ୍ପଦିନରେ ପପୁଙ୍କ ଏହି ନୂଆ ଇନିଂସ ଲୋକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛି । ଲକ୍‌ଡାଉନ୍ ଓ ସଟଡାଉନ୍‌ରେ ଲେକେ ପପୁଙ୍କୁ ଏହି ସୋ ଦେଖିବାକୁ ସମୟ ଜୁଟାଇବାରେ ଆଦୌ ହେଳା କରୁନାହାନ୍ତି । ପପୁ କ୍ରିଏସନ୍ସ ନିବେଦିତ ଏହି ସୋ ସକାଳ ୮ଟାରୁ ୧୦ ମଧ୍ୟରେ ୟୁଟ୍ୟୁବରେ ଉପଲବ୍‌ଧ ହେଉଛି । ଦିନକୁଦିନ ଏହି ସୋର ଭିୟର୍ସିପ୍ ଅପ୍ରତ୍ୟଶିତ ଭାବେ ବଢିବାରେ ଲାଗିଛି ।

Leave A Reply

Your email address will not be published.