ଏକ ନୂଆ ଆରମ୍ଭ

ହସପିଟାଲରେ ବେଡ୍ ନାହିଁ , ଅମାନିଆ ଙ୍କୁ ଡର ନାହିଁ

0

କୋରୋନାର ଦ୍ୱିତୀୟ ଲହର ଏତେ ଭୟଙ୍କର ହେବାରେ ଲାଗିଛି ଲୋକଙ୍କ ମନରେ ଭୟ ଆତଙ୍କ ଦେଖାଯାଉଛି। ବେକାବୁ କରୋନା ।ତଥାପି ଅମିନିଆମାନେ କୋଭିଡ୍‌ ନିୟମ ଉଲଙ୍ଘନ କରି ବୁଲୁ ଥିବା ଦେଖାଯାଉଛି । ଗତକାଲିଠୁ ମୁଁ ଓ ମୋ ପରିବାର ଭୁବନେଶ୍ବରର ସମସ୍ତ ହସପିଟାଲକୁ ଯୋଗାଯୋଗ କରି ଗୋଟିଏ ଆସିୟୁ ବେଡ୍ ପାଇଁ ସଂଧା ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସହରର ଏମିତି କୌଣସି ହସପିଟାଲ୍ ନାହିଁ, ଆମ ପରିବାର ତରଫରୁ ଯୋଗାଯୋଗ କରିନଥିଲୁ , ଶେଷରେ କିମସ ହସପିଟାଲରେ ଗୋଟିଏ ସେମି ଆସିୟୁ ବେଡ୍ ମିଳିଲା । ଜଣେ ସଚେତନ ନାଗରିକ,ମିଡିଆରେ କାର୍ଯ୍ୟରତ ଓ ପରିବାରର ସମସ୍ତେ ବିଭିନ୍ନ ସ୍ଥାନରେ ଉଚ୍ଚପଦସ୍ତରେ ଥାଇ ମଧ୍ୟ ଆମକୁ ଗୋଟିଏ ବେଡ୍ ପାଇଁ ଅନେକ ପରିଶ୍ରମ କରିବାକୁ ପଡିଲା । ସବୁ ହସପିଟାଲରେ ବେଡ୍ ଫିଲ୍‌ଅପ୍ । ଏଭଳି କହିବାର ତାପ୍ତର୍ଯ୍ୟ। ଏହିକି ଯେ, ଜଣେ ସାଧାରଣ ବ୍ୟକ୍ତି କୁ କିପରି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବ, ଏଥିରୁ ଅନୁମେୟ । ରାଜ୍ୟରେ ଏଭଳି ପରିସ୍ଥିତିରେ ଅମାନିଆ ମାନେ କେବଳ ନିଜର ନୁହେଁ, ପରିବାରର ନୁହେଁ, ଦେଶ ପାଇଁ ବିପଦ । ମୋର ଏଠି ସମସ୍ତଙ୍କୁ ଅନୁରୋଧ କୋଭିଡ୍‌ ନିୟମପାଳନ କରନ୍ତୁ । ଟିକାକରଣରେ ସହଯୋଗ କରନ୍ତୁ । ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତି । ଗ୍ରୋସରୀ ଦୋକାନଠୁ ହାଟ ବଜାର, ସବୁଠି ସାମାଜିକ ଦୂରତାକୁ ଫୁ କରୁଥିବା ଦେଖିବାକୁ ମିଳୁଛି । ଟିକାକରଣ ସ୍ଥାନ ମଧ୍ୟ ଏଥିରୁ ବାଦ୍ ପଡୁନି । ମୋବାଇଲ୍ ଖୋଲିଲେ, ପୁଳା ପୁଳା ଫଟୋ ସହ ତଳେ ଅମର ଆତ୍ମାର ସଦଗତି ଲେଖା ଦେଖି ମୋବାଇଲ୍ ଫେସ୍‌ବୁକ୍‌କୁ ବନ୍ଦ କରିବାକୁ ଇଚ୍ଛା ହେଉଛି । ଏଭଳି ପରିସ୍ଥିତିରେ ସମସ୍ତ ଓଡିଶାବାସୀଙ୍କୁ ଅନୁରୋଧ ଦୟାକରୀ କୋଭିଡ୍ ନିୟମ ପାଳନ କରନ୍ତୁ । ଘରେ ରୁହନ୍ତୁ । ସୁସ୍ଥ ରୁହନ୍ତୁ।

Leave A Reply

Your email address will not be published.