ଏକ ନୂଆ ଆରମ୍ଭ

ତିନି ଜଣଙ୍କ ପ୍ରେମରେ ଅମ୍ଳାନ୍‌, କାହାକୁ କରିବେ ନିଜର?

0

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତରେ ସେ ନୂଆ ନୁହନ୍ତି । କାଜୁଆଲ ଲୁକ୍ ପାଇଁ ସେ ବେଶ ପପୁଲାର । ଏଠି ଅନ୍ୟ କାହା କଥା ନୁହେଁ ବରଂ ଓଲିଉଡ ଷ୍ଟାର ଅମ୍ଳାନଙ୍କ କଥା ପଡିଛି । ତେବେ କଥା ନୁହେଁ ତାଙ୍କ ପ୍ରେମ କାହାଣୀ ଏଠି ଚର୍ଚ୍ଚାରେ ରହିଛି । ପ୍ରେମରେ ପଡିଛନ୍ତି ଅମ୍ଳାନ୍ । ଜଣେ କି ଦୁଇଜଣ ନୁହେଁ ତିନିତିନିଜଣ ନାୟିକାଙ୍କ ଉପରେ ରହିଛି ଅମ୍ଳାନଙ୍କ ପ୍ରେମ ନଜର । ହେଲେ ରିୟଲ ନୁହେଁ ବରଂ ରିଲ୍ ଲାଇଫରେ ସେ ୩ଜଣଙ୍କ ପ୍ରେମ ଜାଲରେ ଫସିଛନ୍ତି ।

- Advertisement -

ତିନିଜଣ ନାୟିକା ଓ ଅମ୍ଳାନଙ୍କ ଲଭ କେମିଷ୍ଟ୍ରୀ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଲିଉଡ ମୁଭି “ଲାଗେ ପ୍ରେମ ନଜର” । ଏହି ଫିଲ୍ମରେ ହିଁ ଅମ୍ଳାନ ପ୍ରେମକୁ ନେଇ ଦ୍ୱନ୍ଦରେ ପଡିଛନ୍ତି । ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏହି ଫିଲ୍ମରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ହେଲେ ରିଲ୍ ଲାଇଫ୍ ଲଭଷ୍ଟୋରୀରେ ଅମ୍ଳାନ କାହାକୁ କରିବେ ନିଜର? ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । କାହିଁକି ନା ବ୍ଲୁ ଆଇଜ୍ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ନିର୍ମିତ ହେଉଥିବା ଏହି ଫିଲ୍ମ ରଜରେ ରିଲିଜ୍ ହେବାକୁ ଯାଉଛି ।

ନୂଆ ପ୍ରଡକ୍ସନ କମ୍ପାନୀ ଓ ନୂଆ ପ୍ରଡ୍ୟୁସର ବ୍ୟୋମକେଶଙ୍କ ପ୍ରତ୍ୟେକ୍ଷ ତଦାରଖରେ ଫିଲ୍ମର ସୁଟିଂ ସରି ଏବେ ପୋଷ୍ଟ ପ୍ରଡକ୍ସନ କାମ ଚାଲୁଅଛି । ମୁଖ୍ୟ ଚରିତ୍ରଙ୍କୁ ବାଦ୍ ଦେଲେ ଫିଲ୍ମରେ ବବି ମିଶ୍ର, ପପି ସାନ୍ତୁକା, ପ୍ରିୟଙ୍କା,ଅମର ଓ ନବାଗତା ଧାରାଶ୍ରୀ ଅନ୍ୟ ପ୍ରମୁଖ ଭୂମିକାରେ ଦର୍ଶକଙ୍କୁ ପ୍ରଭାବିତ କରିବେ । ଏସ୍‌. ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱ ବହନ କରିଛନ୍ତି ଚିନ୍ମୟ ଦାସପଟ୍ଟନାୟକ ।

ଆକ୍ସନ, ଲଭ, ଇମୋସନ୍ ଓ ଟ୍ରାଜେଡି ଭଳି ସିକ୍ୱେନ୍ସରେ ଭରପୁର ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଅନ୍ୟପଟେ ପିକ୍‌ଚରାଇଜେସନ, କାହାଣୀ ଓ ଷ୍ଟାରକାଷ୍ଟ କେମିଷ୍ଟ୍ରୀକୁ ନେଇ ଫିଲ୍ମଟି ନିଶ୍ଚୟ ସଫଳ ହେବ ବୋଲି ଆଶାୟୀ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।

Leave A Reply

Your email address will not be published.