ଏକ ନୂଆ ଆରମ୍ଭ

ଆସୁଛି ଓଲିଉଡର ଦମଦାର କମେଡି ମୁଭି “ଗାଁର ନାଁ ଗାଲୁଆପୁର”

0

ଗାଆଁର ନାଁ ଗାଲୁଆପୁର । ପ୍ରଯୋଜକଙ୍କ ନାଁ ସନ୍ତୋଷ ଶତପଥୀ । ନିଆରା ମଣିଷ, ନିର୍ଭିକ ପ୍ରଯୋଜକ । ଚଳଚ୍ଚିତ୍ର ନିର୍ମାଣ ବେଳେ କୌଣସି କ୍ଷେତ୍ରରେ ସାଲିସ୍ କରିନାହାଁନ୍ତି । ବହୁ ଉଚ୍ଚ ପଦବୀରେ ଅବସ୍ଥାପିତ, ତଥାପି କଳା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ । ଦୀର୍ଘ ଚାରି ଦଶନ୍ଧି ଧରି ମଂଚ ନାଟକ ସହ ଓତୋପ୍ରୋତ ଭାବ ଜଡିତ ରହିବା ପରେ ସେ ବଡ ପରଦା ପ୍ରତି ଆକୃଷ୍ଟ ହୋଇଥିଲେ ।

- Advertisement -

ମଂଚରେ ନିଖୁଣ ଅଭିନୟ କରି ସେ ଦର୍ଶକଙ୍କୁ ଅନାୟସରେ ବିମୋହିତ କରିପାରୁଥିଲେ । ଏବେ ଏହି ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଥର ପାଇଁ ବଡ ପରଦାରେ ଆସୁଥିଲେ ବି ତାଙ୍କ ଅଭିନୟର ଛାପ ନିଶ୍ଚିତ ଭାବେ ଦର୍ଶକଙ୍କୁ ଅନ୍ୟମନସ୍କ କରିଦେବ, ଏ ଦମ୍ଭୋକ୍ତି ପ୍ରକାଶ କରନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ।

ପପୁ ପମ୍‌ପମ୍‌, ମନୀଷା, ମିହିର ଦାସ, କୁନା ତ୍ରିପାଠୀ, ସ୍ୱର୍ଗତ ରବି ମିଶ୍ର ଓ ଅନେକ ବରିଷ୍ଠ କଳାକାରଙ୍କ ଅଭିନୀତ ଏହି ହାସ୍ୟରସ ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାପା ଗୁଂଜରଣ ସୃଷ୍ଟି କରିବ, ଏଥିରେ କୌଣସି ସନ୍ଦେହ ନାହିଁ । ହାସ୍ୟରସ ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା ପରେ ପ୍ରଯୋଜକ ଆତ୍ମ ସନ୍ତୋଷ ଲାଭ କରିବା ସହିତ ଆଗାମୀ ଦିନରେ ଆହୁରି ଅନେକ ଉଚ୍ଚମାନର ଚଳଚ୍ଚିତ୍ର ଭେଟି ଦେବାର ସଂକଳ୍ପ କରିଛନ୍ତି ।

ପ୍ରତିମା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ନନ୍ଦଲାଲ ମହାପାତ୍ର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି । ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକ ଯାଉଥିବା ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ସଂପାଦନା କରୁଛନ୍ତି ଓଲିଉଡର ଜଣାଶୁଣା କ୍ରିଏଟିଭ ଡାଇରେକ୍ଟର ପ୍ରଣୟ ଜେଠୀ ।

Leave A Reply

Your email address will not be published.