ଏକ ନୂଆ ଆରମ୍ଭ

ରିଲିଜ୍ ହେଲା ନୂଆ ଓଡିଆ ଫିଲ୍ମ “ଅରୁନ୍ଧତୀ”ର ପୋଷ୍ଟର

0

ଆକ୍ସନ୍ ଷ୍ଟାର ରାଜବୀର ଓ ଏଲିନା ଅଭିନୀତ ପ୍ରଥମ ଓଡିଆ ଚଳଚ୍ଚିତ୍ର “ଅରୁନ୍ଧତୀ”ର ପୋଷ୍ଟର ରିଲିଜ୍ ହୋଇଯାଇଛି । ରଜନୀ ମୁଭିଜ୍ ନିବେଦିତ, ଆର୍ ଆର୍ ଇଭେଣ୍ଟସ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର “ଅରୁନ୍ଧତୀ”ର ସମସ୍ତ ପୋଷ୍ଟ ପ୍ରଡକ୍ସନ କାମ ସମାପ୍ତି ପରେ ଅତିଶୀଘ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ରମେଶ ବାରିକ ପ୍ରକାଶ କରିଛନ୍ତି ।

- Advertisement -

ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଂଜନ ଓ ସହ-ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଅଜିତାଭ ମଲ୍ଲିକ । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶନା ଭାର ଅଭିଜିତ ମଜୁମଦାର ସମ୍ଭାଳିଥିବାବେଳେ କୋରିଓଗ୍ରାଫୀ କରିଛନ୍ତି ଲୁବୁନ-ଟୁବୁନ ଓ ଟୁନା ଚନ୍ଦନ ।

ମୁଖ୍ୟ କିର୍ଦାରକଙ୍କୁ ବାଦ୍ ଦେଲେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ବବି ମିଶ୍ର, ସଂଜୟ ଭୋଳ (ଯାତ୍ରା କଳାକାର), ପ୍ରଦ୍ୟୁମ୍ନ ଲେଙ୍କା, ଜୟା ସ୍ୱାମୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ନରି ପଣ୍ଡା(ଯାତ୍ରା କଳାକାର) ଓ ରଶ୍ମୀ ରଂଜନ (ମିଷ୍ଟର ଏସୀୟା) । ଚଳଚ୍ଚିତ୍ରଟି ଅତିଶୀଘ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ।

Leave A Reply

Your email address will not be published.