ଏକ ନୂଆ ଆରମ୍ଭ

ମୟୂରଭଞ୍ଜ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଅବ୍ୟବସ୍ଥା ର ଅନ୍ୟନାମ

0

କରୋନା ସଙ୍କର୍ମଣ ର ପ୍ରଥମ ଦିନ ରୁ କୋଭିଡ ହସ୍ପିଟାଲ ସମ୍ପର୍କରେ ଅନେକ ଅଭିଯୋଗ ଆସୁଥିବା ବେଳେ  ମୟୂରଭଞ୍ଜ ଜିଲ୍ଲାର ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲ ନାମରେ ଆସିଛି ସଂଗୀନ ଅ ଭିଯୋଗ ଯାହା ଦେଖିଲେ ଆପଣଙ୍କୁ ବିଚଳିତ କରିପାରେ।ତେବେ ଏହି ଭାଇରଲ ହେଉଥିବା ଭିଡିଓ ଯଦି ବାସ୍ତବିକ ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲ ର ହୋଇଥାଏ ତେବେ ଏହା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଦୌ ଶୁଭଙ୍କର ନୁହେଁ।

- Advertisement -

ଯାହାର କିଛି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବର୍ତମାନ ଘୁରି ବୁଲୁଥିବା ଦେଖାଯାଇଛି।

ତେବେ ଏହି ପଟୋ ଓ ଭିଡିଓ ରେ ଦୃଶ୍ୟମାନ ହେଉଛି ଯେ ହସ୍ପିଟାଲ ମଧ୍ୟରେ ମର ଶରୀର ଗୁଡିକ ଟୟଲେଟ , ବାଥରୁମ , ବେଡ଼ ଉପରେ ପଡିରହିଛି।ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବକ କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କ ଚିକିତ୍ସା ନିମନ୍ତେ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଯାଇଥିଲେ ଓ ତାଙ୍କ ବାପା ଜଣେ ମାନସିକ ରୋଗୀ ଥିବାରୁ ତାଙ୍କର ଖାଇବା ପିଇବା ପାଇଁ ତାଙ୍କୁ ଅନୁମତି ଦିଆ ଯାଇଥିଲା।ତାଙ୍କ ବାପାଙ୍କର ସେଠାରେ ମୃତ୍ୟୁ ମଧ୍ୟ ହୋଇଯାଇଥିଲା।ତେବେ ଉକ୍ତ ବ୍ୟକ୍ତି ଜଣକ ସେଠାରେ ଚାଲିଥିବା ଅବ୍ୟବ୍ୟସ୍ଥା ର କିଛି ଦୃଶ୍ୟ ନିଜ ମୋବାଇଲ ରେ ଶୁଟିଂ କରିଥିବାର ସୂଚନା ମିଳୁଛି।

ତେବେ ଏହି ଗମ୍ଭୀର ବିଷୟକୁ ନେଇ ବାରିପଦା ସହରର କିଛି ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅବ୍ୟବ୍ୟସ୍ଥା ସମ୍ପର୍କରେ ଅବଗତ କରାଇଥିଲେ।ତେବେ ଜିଲ୍ଲାପାଳ ଉକ୍ତ ଘଟଣାକୁ ଗମ୍ଭୀରତା ସହ ନେବା ସହ ଯଥାଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ଓ ଜିଲ୍ଲାବାସୀଙ୍କୁ ଏଥିପାଇଁ ଆଦୌ ଭୟଭୀତ ନ ହେବା ପାଇଁ ବାର୍ତ୍ତା ଦେବା ସହ ଯଥାଶୀଘ୍ର cc tv ଲଗାଇବା ଉପରେ ଗୁରୁତ୍ୱ ଦେଇଛନ୍ତି।

Leave A Reply

Your email address will not be published.