ଏକ ନୂଆ ଆରମ୍ଭ

ଲକ୍ ଡାଉନ୍‌ ରେ ଜୀବନ ଆଗ ରେ ଜୀବିକା ପଡ଼ିଛି ବନ୍ଧା

0

ଲକ୍ ଡାଉନରେ ଜୀବନ ଜୀବିକା ନେଇ ଅନେକ ପ୍ରଶ୍ନବାଚୀ । ସମସ୍ତେ ଆତଙ୍କ ଭିତରେ ଗତି କରୁଥିବା ବେଳେ ସରକାରଙ୍କ ତୃତୀୟ ପାଳିର ସଟ୍ ଡାଉନ୍ ଓ ଲକ୍ ଡାଉନ ଗରୀବ ଓ ମଧ୍ୟବିତ୍ତ ଙ୍କୁ ଅନେକ ଆଶଙ୍କା ଭିତରକୁ ଟାଣି ଦେଇଛି । ଗୋଟିଏ ପଟେ ସରକାରଙ୍କ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସଟ୍ ଡାଉନ୍ ଓ ଲକ୍ ଡାଉନ ଘୋଷଣା । ଅନ୍ୟ ପଟେ ସରକାରୀ ସହାୟତା ନ ପାଇ ଛୋଟ ବ୍ୟବସାୟୀ ଓ ରାସ୍ତା କଡ଼ର ଠେଲା ବେପାରୀଙ୍କ ନିତି ଦିନିଆ ଭାତହାଣ୍ଡିରେ ବେଡ଼ି ଉପରେ କୋରୋଡା ମାଡ ସଦୃଶ୍ୟ । କରୋନା‌ ସମୟ ରେ ଗରୀବ ଓ ମଧ୍ୟବିତ୍ତ ପରିବାର ପାଇଁ ବିଦ୍ୟୁତ୍ ବିଲ୍‌, ପାଣି ବିଲ୍‌ ଠୁ ଆରମ୍ଭ କରି BMC ଠୁ ଘର ଉଡ଼ା ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଘର ଭଡ଼ା ସରକାର ଛାଡ଼ କରୁ ନ ଥିବାବେଳେ ତା ସହ କେନ୍ଦ୍ର ଓ ରାଜ୍ୟ ସରକାର ଏ ପର୍ଯନ୍ତ କୈ।ଣସି Tax (Income tax and GST) ର ରିହାତି ଘୋଷଣା କରିନାହିଁନ୍ତି । ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଅନ୍ ଲାଇନରେ ପାଠ ପଢ଼ାଉ ଥିବା ବେଳେ ଅଫ୍ ଲାଇନ ପଇସା ପାଇଁ ଅଭିଭାବକଙ୍କ ଉପରେ ପକାଉଛନ୍ତି ଚାପ । ବ୍ୟାଙ୍କଗୁଡିକର EMI ଚାପ ଜନସାଧାରଣଙ୍କ ଅଣ୍ଟା ଭାଙ୍ଗିଦେଇଛି ।

- Advertisement -

ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ସଟ୍ ଡାଉନ୍ ଓ ଲକ୍ ଡାଉନ ଘୋଷଣା କେବଳ କରୋନା ମ୍ୟାନେଜମେଣ୍ଟ କି ? ସରକାରୀ ବା ବେସରକାରୀ ଚାକିରୀ କରିଥିବା ଲୋକଙ୍କ ବ୍ୟତୀତ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନଙ୍କ ଚଳିବା ପୁରାପୁରି ମୁସ୍କିଲ । ବିପଦ ସମୟରେ ସରକାର ଲୋକଙ୍କ ସହିତ ରହିବା ଦରକାର । ସମସ୍ୟା ବୁଝିବା ଦରକାର । କରୋନା ସମୟରେ ଯେଉଁମାନେ ଅଧିକ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଅନ୍ତତଃ କିଛି ଫ୍ରି ରାସନ ଓ କିଛି ଭତ୍ତାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ଏଥିସହ ସରକାର ଲୋକଙ୍କ ରୋଜଗାରର ବିକଳ୍ପ ଚିନ୍ତା କରିବା ଉଚିତ ।
କଳାକାର ଓ‌ ଟେକନିସିଆନ୍ ମାନେ ସୁଟିଂ ବନ୍ଦ ପରେ ଅନେକ ରାଜରାସ୍ତାରେ ପରିବା‌ ବିକି ଚଳୁଥିବା ନଜର‌ ଆସିଛି।

ଏଭଳି ପରିସ୍ଥିତିରେ ସରକାର ବୁଦ୍ଧିଜୀବୀ,ବ୍ୟବସାୟୀ, ଅର୍ଥନୀତିଜ୍ଞ, ବିରୋଧି ଦଳ ସହଯୋଗ ରେ ସମସ୍ୟା ସମାଧାନ ର ପନ୍ଥା ନିରୁପଣ କଲେ ସମସ୍ତ ଓଡିଶାବାସୀଙ୍କ ପ୍ରିୟ ଭାଜନ ହୋଇପାରିବ।

Leave A Reply

Your email address will not be published.