ଏକ ନୂଆ ଆରମ୍ଭ

ଜୀବନ ଆଗେ, ଜୀବିକା ପଛେ !

0

କୋଭିଡ୍‌-୧୯ର ଦ୍ୱିତୀୟ ଲହରି ଏବେ ସାରା ଦେଶ, ରାଜ୍ୟ, ଜିଲ୍ଲା ଓ ଗାଁରେ କୋକୁଆ ଭୟ ସୃଷ୍ଟି କରିଛି । ଓଡ଼ିଶା ବ୍ୟବସାୟୀ ସଂଘ ଏବେ ନିଜ ତରଫରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପରେ ସ୍ୱଇଛାରେ ଦୋକାନ ବଜାର ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା କଟକ ବାସିନ୍ଦାଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ଏଭଳି ପଦକ୍ଷେପ କରୋନା ସଂକ୍ରମଣରେ କିଛିଟା ରୋକ ଲଗାଇବ ବୋଲି ଆଶା କରାଯାଉଛି ।

- Advertisement -

କରୋନା ସଂକ୍ରମଣ ରୋକିବା ଲାଗି ସରକାର କେବଳ ପଦକ୍ଷେପ ନେବେ, ତାହା ଚିନ୍ତା କରିବା ଆମର ମୁର୍ଖାମୀ କହିଲେ ଭୁଲ ହେବନି । ସରକାରଙ୍କଠୁ ବ୍ୟବସାୟ ପାଇଁ ପ୍ରୋତ୍ସାହନ ଓ ସବ୍‌ସିଡି ପାଇଥିବା ବହୁ ବେସରକାରୀ ସଙ୍ଗଠନ ଓ କର୍ପୋରେଟ୍ ସଂସ୍ଥା ଏଭଳି ବିପର୍ଯ୍ୟରେ ଆଗେଇ ଆସିବା ଉଚିତ୍ ।

ଘରର କିଛି ଅମାନିଆ ସଦସ୍ୟ ପରିବାର ପାଇଁ କରୋନା ବାହାକ ସାଜୁଛନ୍ତି । ନିକଟରେ ଗୁଣୁପୁର ଅଂଚଳର ଏକ ପରିବାରର ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡିଥିଲେ । ଏହା କରୋନାକୁ ନେଇ ଖାମ୍‌ଖିଆଲ ମନୋଭାବର ଏକ ଜ୍ୱଳନ୍ତ ଉଦାହରଣ । ଆସନ୍ତୁ ଆମେ ସମସ୍ତେ ଏକାଠି ହେବା । କରୋନାର ମୂଳପୋଛ ପାଇଁ ସମସ୍ତ ନିୟମ ମାନିବା । ମାସ୍କ ପିନ୍ଧିବା, ହାତ ଧୋଇବା ଓ ଅତି ଆବଶ୍ୟକ କାମ ନଥିଲେ ଘରୁ ନବାହାରିବା ପାଇଁ ଦୃଢମନା ହେବା ।

କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ ଆମେ ପ୍ରାୟତଃ ଘରେ ରହି କାର୍ଯ୍ୟ କରିବା ସହ ନିଜର ଇମ୍ୟୁନିଟି ବଢାଇବା ଓ ନିୟମିତ ବ୍ୟୟାମ କରି କୋଭିଡ-୧୯କୁ ମାତ୍ ଦେଇଥିଲେ । ଏବେ ପୁଣିଥରେ ସେହି ନିୟମର ପୁନରାବୃତ୍ତି କରିବାର ସମୟ ଆସିଯାଇଛି । ଆସନ୍ତୁ ସେହି ନିୟମକୁ ମାନି କରୋନାର ଦ୍ୱିତୀୟ ଲହରିକୁ ପରାଜିତ କରିିବା ।

Leave A Reply

Your email address will not be published.