ଏକ ନୂଆ ଆରମ୍ଭ

ଯାତ୍ରା ଜଗତର କମେଡ଼ି ବାଦଶାହ ଜଗା ରାଉତଙ୍କ ପରଲୋକ

0

ଆଉ ଶୁଭିବନି ଯାତ୍ରା ପେଣ୍ଡାଲରେ କୌତୁକିଆ ଡାଇଲଗ କି କମେଡି ଶୁଣିବାକୁ ଆଉ ଚାହିଁ ବସିବେନି ଯାତ୍ରା ପ୍ରେମୀ । କାହିଁକି ନା ଆଉ ନାହାନ୍ତି ଯାତ୍ରା ଜଗତର ଜଣାଶୁଣା ହାସ୍ୟ ଅଭିନେତା ଜଗବନ୍ଧୁ ଓରଫ ଜଗା ରାଉତ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମର ବିଶିଷ୍ଟ ହାସ୍ୟ ଅଭିନେତା ଜଗା ରାଉତ କରୋନାରେ ସଂକ୍ରମିତ ହୋଇ ଅଗଣିତ ଯାତ୍ରା ପ୍ରେମୀଙ୍କୁ ଏକାକି କରି ଚାଲିଯାଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ଇହଲୀଳା ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

- Advertisement -

ରାଜଧାନୀ ତୋତେ ଦୁରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟାପଡାରୁ ଭଳି ଅନେକ ସୁପରହିଟ୍ ଯାତ୍ରାରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ହାସଲ କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ତାଙ୍କ ନିଧନ ଯାତ୍ରା ଜଗତରେ ଏକ ଅପୁରଣୀୟ ସ୍ଥାନ ସୃଷ୍ଟି କରିଛି ।

Leave A Reply

Your email address will not be published.