ଏକ ନୂଆ ଆରମ୍ଭ

ହ୍ୱାଇଟ୍ ହାଉସ୍‌କୁ ଆମ୍ବ ଉପହାର ଦେଲା ଭାରତ, ଦୁଇ ବର୍ଷ ପରେ ଭାରତୀୟ ଆମ୍ବ ଚାଖିବେ ଆମେରିକା ରାଷ୍ଟ୍ରପତି

0

ନୂଆଦିଲ୍ଲୀ(ଆମ ଟିଭି): ହ୍ୱାଇଟ୍ ହାଉସକୁ ଆମ୍ବ ଉପହାର ଦେଲା ଭାରତ। ବାଇଡେନ୍‌ଙ୍କ ପ୍ଲେଟ୍‌ରେ ଥୁଆ ହେବ ଭାରତୀୟ ଆମ୍ବ। ଦୁଇ ବର୍ଷ ପରେ ଭାରତୀୟ ଆମ୍ବ ଚାଖିବାକୁ ସୁଯୋଗ ପାଇବେ ଆମେରିକା ରାଷ୍ଟ୍ରପତି। ରପ୍ତାନୀ ଉପରେ କୋଭିଡ୍ କଟକଣା ହଟିବା ପରେ ଭାରତ ଆମେରିକା ରାଷ୍ଟ୍ରପତିଙ୍କୁ ଆମ୍ବ ଉପହାର ଦେଇଛି। ଗୁରୁବାର ୱାଶିଂଟନରେ ଭାରତୀୟ ଆମ୍ବ ପ୍ରମୋସନ କାର୍ଯ୍ୟକ୍ରମରେ ହ୍ୱାଇଟ୍‌ ହାଉସ୍‌କୁ ଏକ ଆମ୍ବ ବକ୍ସ ଉପହାରରେ ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଆମ୍ବ ପୁଣେର ରେନ୍‌ବୋ ଇଣ୍ଟରନ୍ୟାସ୍‌ନାଲରେ ଉତ୍ପାଦନ କରାଯାଇଛି। ଏହା ବାରାମତି ଅଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟ କମିଟିର ଅଧୀନରେ ଆସୁଛି।

କିଛିଦିନ ତଳେ ମହାରାଷ୍ଟ୍ର ସାଂସଦ ସୁପ୍ରିୟା ସୁଲେ ଏହି ସୂଚନା ଦେଇଥିଲେ। ଆମେରିକା ରାଷ୍ଟ୍ରପତିଙ୍କୁ ବିଭିନ୍ନ ପ୍ରକାରର ଆମ୍ବ ଯଥା ମହାରାଷ୍ଟ୍ରର କେଶର, ହପୁସ, ମଙ୍କୁର ଓ ଆନ୍ଧ୍ରପ୍ରଦେଶର ହିମାୟତ ଓ ବେଗମପଲ୍ଲୀ ଆମ୍ବ ଉପହାର ଦିଆଯାଇଛି।

Leave A Reply

Your email address will not be published.