ଏକ ନୂଆ ଆରମ୍ଭ

ଆମ ଟିଭି ନିଉଜ୍ ପ୍ରଭାବ ସରକାର କିଣିବେ E C M O ଅକ୍ସିଜେନ ମେସିନ

0

ଗତକାଲି ଆମ ଟିଭିରେ E C M O ଅକ୍ସିଜେନ ମେସିନ କିଣା ରେ ସରକାରଙ୍କ ଉଦାସୀନତା ସମ୍ବାଦ ପ୍ରଚାର କରିଥିଲୁ ।ଏହା ର ଫଳ ସ୍ୱରୂପ ସରକାର E C M O ଅକ୍ସିଜେନ ମେସିନ କିଣିବାପାଇଁ ଟେଣ୍ଡର ମଧ୍ୟ ଡାକରା ଦେଇଦେଲେ। କଣ ପାଇଁ ସରକାର ଇ ସି ଏମ ଓ ଅକ୍ସିଜେନ ମେସିନ ଠାରୁ ପଛଘୁଞ୍ଚା ଦେଉଥିଲେ. ଏହା ପଛର ସତ୍ୟତା‌ ହେଉଛି ଯେ ଏହାକୁ ଚଳାଇବା ପାଇଁ ସରକାରଙ୍କ ପାଖରେ ଯୋଗ୍ୟ ଡାକ୍ତର କି ଟ୍ୱେକନିସିଆନ ର ଅଭାବ। ଏଥି ପାଇଁ କେବଳ ବାହ୍ୟ ରାଜ୍ୟ ରୁ ଡାକ୍ତରୀ ଦଳ ଏବଂ ଟ୍ୱେକନିସିଆନ ଆଣିବାକୁ ପଡିଥାଏ। ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ବିଫଳତା ର ପ୍ରମାଣ ଦେଇଦେଇଛି ଯେଉଁ ସରକାର ସ୍ୱାସ୍ଥ୍ୟ ସେବାରେ ଏକ ନମ୍ବର ର ଆଳାପ କରୁଥିଲା ଏହା କିନ୍ତୁ ତାଙ୍କ ବିଫଳତା ର ପରିଚୟ ଲୋକ ଲୋଚନ କୁ ଆଣିଦେଇଥାନ୍ତା। ଆମ ରାଜ୍ୟ କୋଭିଡ ଲଢେଇରେ ସବୁବେଳେ ଆଗୁଆ କହି ଆସୁଛି କିନ୍ତୁ ସୂଚନାଯୋଗ୍ୟ ଯେ ଟୀକା କରଣ ପାଇଁ ଗ୍ଲୋବାଲ ଟେଣ୍ଡର , ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଟୀକା ରେ ସହଯୋଗିତା ଚିଠି ଏହା ସବୁ କେବଳ ଯୋଜନା ରେ ସୀମାବଦ୍ଧ।

- Advertisement -

ଏହାର ଜ୍ୱଳନ୍ତ ଉଦାହରଣ ଯେ ସରକାର ଚିକିତ୍ସା ଓ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତଥିବା ସମସ୍ତଙ୍କୁ କୋଭିଡ ଯୋଦ୍ଧା ର ଆଖ୍ୟା ଦେଇ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ପ୍ରଥମେ ଟୀକା କରଣର ବ୍ୟବସ୍ଥା କଲେ। ଏହାର ଲାଭ ନେଇ କିଛି ଡାକ୍ତର ନିଜର ଭାଇ ବନ୍ଧୁଙ୍କୁ କ୍ଲିନିକ ଓ ହସ୍ପିଟାଲ କର୍ମଚାରୀ କହି ଆଗୁଆ ଟୀକା ପ୍ରଦାନ କରିଦେଲେ । ସରକାର‌ଙ୍କ ଟୀକା କରଣ ର ଅନିୟମିତତା ଆମ ଦୃଷ୍ଟି ଗୋଚର ହୋଇଥିଲା ଯେତେବେଳେ ଆମ ନଜର କୁ ଆସିଥିଲା ଜଣେ ବ୍ରହ୍ମପୁର ନିବାସୀ ଡଃ ବୃଷଭାନୁ କରନ୍ ଟୀକା କରଣ ପାଇଁ ଏପ୍ରିଲ ୫ ରେ ସ୍ଲଟ ବୁକ କରିଥିଲେ କିନ୍ତୁ କାର୍ଯ୍ୟ ବ୍ୟସ୍ତତା ପାଇଁ ସେହି ଦିନ ଯାଇ ପାରିନଥିଲେ ଅଥଚ ତାଙ୍କୁ ମେସେଜ ଆସିଲା ଯେ ଟୀକା କାରଣ ସଫଳ ହୋଇଛି ଏବଂ ସେ ସୁପ୍ରଭା ଦାସ ଙ୍କ ଠାରୁ ଟୀକା ନେଇଛନ୍ତି ଏହା ଆସିଥିଲା ବ୍ରହ୍ମପୁର ମେଡିକାଲ କଲେଜ ରୁ ସାର୍ଟିଫିକେଟ ମଧ୍ୟ। ଏହାସବୁ ପରେ ଡଃ କରନ୍ ୨୩ ମେ ରେ ବ୍ରହ୍ମପୁର ଠାରେ ନିଜ ଉଦ୍ୟମରେ ଏକ ଘରୋଇ ଚିକିତ୍ସାଳୟରେ ଟୀକା ନେଲେ ମେସେଜ ଆସିଲା କିନ୍ତୁ ପ୍ରମାଣପତ୍ର ଆଉ ଅସିଲାନାହିଁ ଏହା ସବୁ ସେ ତାଙ୍କ ସୋସିଆଲ ମିଡିଆ ପେଜ ରେ ଉଲେଖ କରିଛନ୍ତି । କୋଭିଡ ଟୀକା ର ଦ୍ୱିତୀୟ ଡୋଜ ପାଇଁ ସରକାର ୯୦ ଦିନ ଅବଧି ବଢ଼ାଇଦେଲେ ଜଣେ ଡକ୍ଟର ଯାହାର ରେଜିଷ୍ଟ୍ରସନ ନମ୍ବର ଅଛି ଏବଂ ଯାହାକୁ କୋଭିଡ ଯୋଦ୍ଧା ମଧ୍ୟ ଆଖ୍ୟା ଦିଆଯାଇଛି ତାଙ୍କୁ ଯଦି ଠିକ୍ ସମୟ ରେ ଟୀକା ମିଳିପାରୁନି ସାଧାରଣ ଲୋକଙ୍କୁ କେମିତି ମିଳିବ ଏହା ପଛରେ ମଧ୍ୟ ସରକାରଙ୍କ ଦାୟତ୍ୱ ରହିବା ଉଚିତ। କୋଭିଡ ପରିଚାଳନା କେବଳ ଲକ୍ ଡାଉନ୍ ସଟ୍ ଡାଉନ୍ କି ?

ହଁ ଏବେ ଆମେ E C M O ଅକ୍ସିଜେନ ମେସିନ କଥାକୁ ଆସିବା . ଆମ ରାଜ୍ୟବାସୀ କଣ ପାଇଁ ଏହି ସୁବିଧା ରୁ ବଂଚିତ ଯାହାପାଇଁ ସରକାରଙ୍କ ଦୁରଦୃଷ୍ଟି ହିଁ ଦାୟୀ। ଲୋକଙ୍କୁ ଉଚିତ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସରକାର ଙ୍କ ଉତ୍ତର ଦାୟିତ୍ଵ। ସରକାର କେବଳ ଭୋଟ ବ୍ୟାଙ୍କ ପାଇଁ ରାଜନୀତି କରୁଥିବା ଏବେ ଲୋକଲୋଚନ ରେ ଆଲୋଚନା ହେଉଛି ।ଲିଷ୍ଟ ନଥାଇ କାଳିଆ ଟଙ୍କା, ଲିଷ୍ଟ ନଥାଇ ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ବଣ୍ଟନର ପ୍ରତିଶୃତି ଏହା କେବଳ କତିପେୟ ଲୋକଙ୍କୁ ସୁହାଇଲା ଭଳି ଯୋଜନା । ଆମ ଆଶା ସରକାର ଖୁବ ଶୀଘ୍ର E C M O ଅକ୍ସିଜେନ ମେସିନ୍ ଏବଂ ସେ ମେସିନ କୁ ସୂଚାରୁ ରୂପେ ଚଳାଇବା ପାଇଁ ଡାକ୍ତର ଓ କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ଦେବେ ।ଏଠି ଆମେ ଆଉ ଏକ ତଥ୍ୟ ପ୍ରଦାନ କରିବାକୁ ଚାହୁଁଛୁ ଓଡ଼ିଶାରେ ୧୦୦ଟି ସିଟି ସ୍କାନ ମେସିନ ଓ 10ଟି ଏମ୍ ଆର ଆଇ ମେସିନ ଅଛି କିନ୍ତୁ ସରକାରୀ ଏବେବି ଗୋଟିଏ E C M O ମେସିନ ନାହିଁ। ଏହି ମେସିନ ଥିଲେ ହୁଏତ ଶିକ୍ଷାବିତ୍ ଡ ବିଜୟ ସାହୁ ବଞ୍ଚିଯାଇଥାନ୍ତେ। ଅବଶ୍ୟ ଏହା ବ୍ୟୟ ସାପେକ୍ଷ।

ଜଣେ ସଚେତନ ନାଗରିକ ଏବଂ ସମାଜ ର କଲ୍ୟାଣ ନେମନ୍ତେ ଆମ ଟିଭି ର ଏହା ଏକ ପ୍ରୟାସ । ଆମର କାହାରିକୁ ଆଘାତ କିମ୍ବା ସରକାର ଙ୍କୁ ସମାଲୋଚନା କରିବା କି ମାନହାନି କରିବା ଉଦ୍ଦେଶ୍ୟ ଜମା ନୁହେଁ।*ପ୍ରକୃତରେ ECMO ମେସିନ ଆସିଗଲେ ସମସ୍ୟା ସରିବ ନାହିଁ । ଯଦିଓ ECMO ହେଉଛି ଜୀବନ ରକ୍ଷାର ଶେଷ ବିକଳ୍ପ, ହେଲେ ଏହାକୁ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ପ୍ରଥମ ଥର ECMO ବ୍ୟବହାର କଲେ ୩୫ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହାପରେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା । ତା’ଛଡ଼ା ଏହାକୁ ଚଳାଇବା ପାଇଁ ଅଭିଜ୍ଞ ମାନବ ସମ୍ବଳ ଦରକାର, ଯାହା ଓଡ଼ିଶାରେ ଅଭାବ । ECMO ମେସିନ ଏବେକାର ନୁହେଁ । ଏହା ଆଗରୁ ଥିଲା । ହେଲେ ଓଡ଼ିଶାରେ ନଥିଲା କି ଏବେ ବି ନାହିଁ । ଦେଶରେ ବଛାବଛା ୨୧ଟି ସହରରେ ଏହା ରହିଛି । ଏବେ କେବଳ ଆମେ କୌତୁହଳ ବଶତଃ ECMO ସଂପର୍କରେ କଥା ହେଉଛୁ । ହେଲେ ଏହାକୁ ବ୍ୟବହାର କରିବା ଓ ଏହାପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣା କରିବା କେତେଜଣଙ୍କ ସମ୍ଭବ ହେବ, ତାହା ମଧ୍ୟ ଚିନ୍ତା କରିବାର ଅଛି ।

Leave A Reply

Your email address will not be published.