ଏକ ନୂଆ ଆରମ୍ଭ

ହୋଟେଲ ଓ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କୁ ଟୀକା

0

ଭୂବନେଶ୍ବର ମୁନିସପାଲିଟି ତରଫରୁ ବିଭିନ୍ନ ବର୍ଗର ନାଗରିକମାନଙ୍କୁ ଟୀକା କରଣ ଅବସରରେ ହୋଟେଲ ଓ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କ ଟୀକାକରଣ ନୟାପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଅଛି।

- Advertisement -

ଲକ୍ ଡାଉନ୍ ସମୟରେ ରେଷ୍ଟୁରାଣ୍ଟ ଗୁଡିକ ଖୋଲାଥିବା ବେଳେ ଅନଲାଇନ ମାଧ୍ୟମ ରେ ଖାଦ୍ୟ ପହଞ୍ଚାଯାଉଛି। ଏଥିପାଇଁ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କ ଟୀକାକରଣ ପାଇଁ ରେଷ୍ଟୁରାଣ୍ଟ ଆସୋସିଏସନ୍ ଫର୍ ଓଡ଼ିଶା (ରାଓ) ଓ ଭୁବନେଶ୍ୱର ମ୍ୟୁନିସିପାଲିଟି ମିଳିତ ସହଯୋଗରେ ଆସୋସିଏସନ୍ ର ୩୫୦ ଜଣ କର୍ମଚାରୀ ଓ କର୍ମକର୍ତ୍ତା ଙ୍କୁ ନୟାପଲ୍ଲୀ ସ୍ଥିତ ଆଇଆରସି ୟୁପିଏଚସି ରେ ଟୀକାକରଣ କରାଯାଇଛି।

“ରାଓ ” ଅଧିନରେ ଓଡ଼ିଶାର ୧୦୦ରୁ ଉର୍ଦ୍ଧ୍ବ ରେଷ୍ଟୁରାଣ୍ଟ ରହିଛି। ତେଣୁ ରେଷ୍ଟୁରାଣ୍ଟ ରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ସଙ୍ଗଠନର ସଭାପତି ରାଜୀବ ସ୍ବାଇଁ ଓ ସାଧାରଣ ସମ୍ପାଦକ ଏମ୍ ତେଜେଶ୍ବର ରାଓ ପ୍ରମୁଖ ଗୁରୁତ୍ଵ ଦେଇ ଟୀକାକରଣ ପାଇଁ ମ୍ୟୁନିସିପାଲଟି କମିଶନର ଙ୍କୁ ଅନୁରୋଧ କରିଥିଲେ।

ସଙ୍ଗଠନ ର ଅନୁରୋଧ ରକ୍ଷାକରି ମ୍ୟୁନିସିପାଲଟି ଓ ସ୍ବାସ୍ଥ୍ୟ କର୍ମୀ ଟୀକାକରଣ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.