ଏକ ନୂଆ ଆରମ୍ଭ

ଗୀତା ଇଞ୍ଜିନିୟରିଂ କଲେଜ ଏବେ ସ୍ବୟଂ ଶାସିତ

0

ଭାରତ ସରକାରଙ୍କ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (UGC), ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟି, ରାଉରକେଲା, ଗୀତା ଇଞ୍ଜିନିଅରିଂ କଲେଜ୍ କୁ ୨୦୨୦-୨୧ ଶିକ୍ଷାବର୍ଷରୁ ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରିଛନ୍ତି ।

- Advertisement -

GIET ବିଶ୍ୱବିଦ୍ୟାଳୟ, ଗୁଣୁପୁର (ପୂର୍ବରୁ GIET,Gunupur ରୂପେ ଜଣାଶୁଣା) ର ପ୍ରତିଷ୍ଠାତା ବିଦ୍ୟାଭାରତୀ ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ୨୦୦୪ ମସିହାରେ ସ୍ଥାପିତ ଗୀତା, ଭୁବନେଶ୍ୱରକୁ ପୂର୍ବରୁ ମିଳିଥିବା NBA, NAAC, SIRO, NIRF ମାନ୍ୟତା ସହ ଏହି ସ୍ବୟଂଶାସିତ ମାନ୍ୟତା ପୂର୍ବ ଭାରତର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଫର୍ଦ୍ଦ ଯୋଡି ପାରିଛି । ପ୍ରଯୁକ୍ତିବିଦ୍ୟା, ଗବେଷଣା ଓ ବିକାଶ କ୍ଷେତ୍ରରେ ଉନ୍ମେଷର ଏହି ନୂତନ ସ୍ୱୀକୃତି ପାଇଁ ଗୀତାର ଚେୟାରମ୍ୟାନ୍ ଡ଼. ସତ୍ୟପ୍ରକାଶ ପଣ୍ଡା, ସେକ୍ରେଟାରୀ ଡ. ଚନ୍ଦ୍ରଧ୍ୱଜ ପଣ୍ଡା ଏବଂ ଭାଇସ୍ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଣ୍ଡା, ସମସ୍ତ ବିଦ୍ୟାର୍ଥୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ଉପଦେଷ୍ଟା, ନିଯୁକ୍ତିଦାତା ଓ ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। B.Tech, M.Tech, MBA, MCA ବିଭାଗରେ ପ୍ରାୟତଃ ୪୦୦୦ ବିଦ୍ୟାର୍ଥୀଙ୍କ ଭରସାଯୋଗ୍ୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୀତା, ଭୁବନେଶ୍ଵର ନୂଆ ଦଶନ୍ଧୀରେ ‘ଗୀତା ଅଟୋନୋମସ କଲେଜ୍’ ର ନୂଆ ପରିଚୟ ପାଇଛି।

Leave A Reply

Your email address will not be published.