ଏକ ନୂଆ ଆରମ୍ଭ

ଜିଇସିକୁ ମିଳିଲା ଶ୍ରେଷ୍ଠ ଘରୋଇ ବୈଷୟିକ ମହାବିଦ୍ୟାଳୟ ସମ୍ମାନ

0

ଭୁବନେଶ୍ବର : ଗୁରୁଦିବସ ଅବସରରେ ନ୍ୟୁଜ୍ ୧୮ ଓଡ଼ିଆ ତରଫରୁ ଶ୍ରେଷ୍ଠ ଶିକ୍ଷା ସମ୍ମାନ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାନ୍ଧି ଇଂଜିନିୟରିଂ କଲେଜ, (ଜିଇସି)କୁଶିକ୍ଷାରେ ଉକ୍ତର୍ସତା ଓ ନିଯୁକ୍ତି ସୁଯୋଗ ପାଇଁ ଶ୍ରେଷ୍ଠ ଘରୋଇ ବୈଷୟିକ ମହାବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି, କୋରୋନା ମହାମାରୀ ପରିସ୍ଥିତିରେ ଗାନ୍ଧୀ ଇଂଜିନିୟରିଂ କଲେଜ (ଜିଇସି) ନିଜର ଉଚ୍ଚକୋଟୀର ଶିକ୍ଷା ପ୍ରଦାନ ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ରେକର୍ଡ ସଂଖ୍ୟକ ନିଯୁକ୍ତି ପ୍ରଦାନ କରିପାରିଛି । ଏହି କ୍ରମରେ ଓଡ଼ିଶାର ଅନ୍ୟାନ୍ୟ ବୈଷୟିକ ଶିକ୍ଷାଅନୁଷ୍ଠାନକୁ ପଛରେ ପକାଇ ଜିଇସି ଚଳିତ ବର୍ଷର ଶ୍ରେଷ୍ଠ ଅଗ୍ରଣୀ ଘରୋଇ ବୈଷୟିକ ମହାବିଦ୍ୟାଳୟ ସମ୍ମାନ ହାସଲ କରିଛି ।

ଏହାକୁ ଅନୁଷ୍ଠାନର ଭାଇସ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ରାଜ୍ୟ ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଠାରୁ ଗ୍ରହଣ କରିଥିଲେ । ଜିଇସି ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଓଡିଶା ତଥା ପୂର୍ବ ଭାରତରେ ଉତ୍କର୍ଷତା ହାସଲ କରିବା ସହିତ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ସଫଳତା ଓ ସମ୍ମାନର ଶ୍ରେୟକୁ ଶ୍ରୀଯୁକ୍ତ ପଣ୍ଡା ଜିଇସିର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ ଓ ସମସ୍ତ ଅଭିଭାବକଙ୍କୁ ଦେଇଥିଲେ ।

Leave A Reply

Your email address will not be published.