ଏକ ନୂଆ ଆରମ୍ଭ

ଇ ସି ଏମ ଓ (E C M O) ଅକ୍ସିଜେନ ମେସିନ ସରକାର ନ କିଣିବା ପଛରେ କି ରହସ୍ୟ ?

0

ଏଇ ଗତ କିଛି ଦିନ ହବ ଇ ସି ମ ଓ ( E C M O) ଅକ୍ସିଜେନ ମେସିନ ଆମ ରାଜ୍ୟ ରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି । କାହିଁକି ନା ଯେଉଁଠି ଅକ୍ସିଜେନ ଭେଣ୍ଟିଲେଟର କରୋନା ମହାମାରୀର କବଜା ରେ ଥିବା ଗୁରୁତ୍ୱର ରୋଗୀ କୁ ଅକ୍ସିଜେନ ପ୍ରବାହ କରିବା ରେ ଅସମର୍ଥ ହୋଇ ଯାଉଛି ସେଠି ଏହି ଇ ସି ମ ଓ ଅକ୍ସିଜେନ ମେସିନ ସେହି ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ବାରେ ଖୁବ ସମର୍ଥ । ଆଉ ଆଶ୍ଚର୍ଯ୍ୟ ର କଥା ହେଲା କି ଏହି ମେସିନ ଆମ ରାଜ୍ୟ ଯିଏ କି ସବୁ ବେଳେ ସ୍ବାସ୍ଥ୍ୟକ୍ଷେତ୍ର ରେ ଏବଂ କୋଭିଡ଼ ଲଢେଇ ରେ ଆଗୁଆ କହି କହି ସମଗ୍ର ରାଜ୍ୟବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି, କିନ୍ତୁ ୩୫ ଲକ୍ଷ ଟଙ୍କାର ଇ ସି ମ ଓ ଅକ୍ସିଜେନ ମେସିନ ଆମ ରାଜ୍ୟ ର ନା କଟକ ବଡ ମେଡିକାଲ ,ଏମସ ନା ରାଜ୍ୟର ଥିବା ଆଗଧାଡିଆ ମେଡିକାଲ ମାନଙ୍କ ପାଖରେ ଅଛି ।

- Advertisement -

ରୋମାଞ୍ଚକ କଥା ହେଲା କି ଆମ ରାଜ୍ୟ ରୁ ରୋଗୀ ଙ୍କୁ ଏୟାର ଲିଫ୍ଟ ବା ଏୟାର ଆମ୍ବୁଲାନ୍ସ ଜରିଆ ରେ ସ୍ଥାନନ୍ତରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ଆଉ ଆମ ମାନ୍ୟବର ଶାସକ ଓ ସ୍ୱାସ୍ଥ୍ୟ ବିଭାଗ ଓଡିଶା ଲୋକ ମୋ ପରିବାର କହିବାରେ ବ୍ୟସ୍ତ । କଣ ଏଇ ଛୋଟ ଜିନିଷ ତା ଭି ଶାସକ କି ପ୍ରଶାସକ ଙ୍କ ନଜରକୁ ଆସିପାରୁନି । କଣ ଆମ ରାଜ୍ୟ ର ଲୋକ ଏହି ଇ ସି ମ ଓ ଅକ୍ସିଜେନ ମେସିନ ପାଇଁ ହକଦାର ନାହାନ୍ତି ନା‌ କଣ ?

ଏହା କଣ ଆମର ଅଧିକାର ନୁହେଁ ? ସୂଚନାଯୋଗ୍ୟ ଭେଣ୍ଟିଲେଟର ପରେ E C M O ହେଉଛି କୋଭିଡ ପେସେଣ୍ଟ ର ଶେଷ ବୀକଳ୍ପ । ଯଦି ଏହି ମେସିନ ସରକାରୀ ପ୍ରଚେଷ୍ଟା ରେ କିଣା ଯାଏ ଆମ ରାଜ୍ୟ ଗୁରୁତର କରୋନା ରୋଗୀଙ୍କୁ ବଞ୍ଚେଇ ପାରନ୍ତେ । ସମାଲୋଚନା କି ଅଭିଯୋଗ ନୁହେଁ ‌ଏଥି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ଆମ ଲକ୍ଷ୍ୟ। ଏହା ଆମ ଟିଭି ର ସକରାତ୍ମକ ଚିନ୍ତାଧାରା।

Leave A Reply

Your email address will not be published.