ଏକ ନୂଆ ଆରମ୍ଭ

କୋଭିଡ 19 ରୁ ବଞ୍ଚିବାର ମୂଳମନ୍ତ୍ର Stay Home Stay Safe- ଆମ ଟିଭି

0

ଆଜି ବି ଜୀବନ୍ତ ଭଗବାନ କେହି କୋଭିଡ୍‌ ୧୯ ର ଦ୍ଵିତୀୟ ଲହରୀ ସମୟରେ ଥାଆନ୍ତି ବୋଧେ ସେମାନେ ପୋଲିସ୍‌ ଓ ଡକ୍ଟର । ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠାପର ସମାଜ ସେବା ଦ୍ଵାରା ଆମେ ମାନେ କୋରୋନାର ପ୍ରଥମ ଲହରୀରୁ ବର୍ତ୍ତିଯାଇଥିଲେ । ଆଜି ଯେତେବେଳେ ଆମ ଦେଶ ଦ୍ୱିତୀୟ ଲହର ର ସମ୍ମୁଖିନ କରୁଛି ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଦେବା । ସେମାନଙ୍କୁ ସହଯୋଗ କରିବା । କୈଣସି ପୋଲିସ ଭାଇ କାହା ଉପରେ ଆକ୍ରୋଶ ରଖି ହଇରାଣ କରନ୍ତି ନି କିମ୍ଵା କୈଣସି ଡାକ୍ତର ଜାଣି ଶୁଣି କରୋନାରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲିଦିଅନ୍ତିନି । କିନ୍ତୁ କିଛି ଲୋକ ପୋଲିସ ଭାଇ, ଚିକିତ୍ସା କରୁଥିବା କାର୍ଯ୍ୟରତ ଡାକ୍ତର ମାନଙ୍କୁ ଭୁଲ ପରିସ୍ଥିତିର ଶୀକାର ହୋଇ ଆକ୍ରମଣ କରିବା ସମ୍ବାଦ ଦେଖି ଦୁଃଖ ଲାଗୁଛି । ଯେଉଁ ମାନେ ନିଜର ଘର ପରିବାରକୁ ଛାଡି ଆମକୁ ଆମ ସମାଜକୁ କୋଭିଡ଼ ଭଳି ମହାମାରୀ କବଳରୁ ରକ୍ଷା କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି। ଅନ୍ତତଃ ସେମାନଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ । ଆସନ୍ତୁ ସେମାନଙ୍କୁ ସେମାନଙ୍କ ସେବା ପାଇଁ ସଲାମ କରିବା । ସମସ୍ତ କରୋନା କଟକଣା ପାଳନକରି ଆମକୁ ଆମ ସମାଜକୁ କୋଭିଡ୍‌ ମହାମାରୀ କବଳରୁ ରକ୍ଷା କରିବା ।

Leave A Reply

Your email address will not be published.