ଏକ ନୂଆ ଆରମ୍ଭ

ଖୁବ୍ ଶୀଘ୍ର ଦେଶକୁ ଆସିବ ନୂଆ ସ୍ଵଦେଶୀ କରୋନା ଟିକା

0

କରୋନାର ଦ୍ୱିତୀୟ ଲହରର ଭୟଙ୍କର ଖବର ଭିତରେ ବି ଆସିଛି ଏକ ଭଲ ଖବର । ଯାହା ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କଲା ପରି ରହିଛି । ଖୁବଶୀଘ୍ର ଦେଶକୁ ଆସୁଛି ଆଉ ଏକ ସ୍ୱଦେଶୀ କରୋନା ଟିକା । ଏହି କରୋନା ଟିକାକୁ ଭାରତୀୟ କମ୍ପାନୀ ବାୟୋଲଜିକାଲ ଇ ଲିମିଟେଡ୍ ଆଣିବାକୁ ଯାଉଛି । ଭାରତ ବାୟୋଟେକର କୋଭାକ୍ସିନ, ସେରମ ଇନଷ୍ଟିଚୁଟର କୋଭିସିଲଡ ପରେ ବାୟୋଲଜିକାଲ ଇ ର କରୋନା ଟୀକା ହେବ ଦେଶର ତୃତୀୟ ସ୍ୱଦେଶୀ କରୋନା ଟିକା ।

- Advertisement -

ଏହି କରୋନା ଟିକା ବର୍ତମାନ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅବସ୍ଥାରେ ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଭଲ ସଫଳତା ଦେଇଛି ଏହି ଟିକା । କେନ୍ଦ୍ର ସରକାର ଏହି ନୂଆ ସ୍ୱଦେଶୀ ଟିକାର ୩୦ କୋଟି ଡୋଜ୍ ବୁକ୍ କରି ସାରିଛନ୍ତି । ଏଥିପାଇଁ ବାୟୋଲଜିକାଲ ଇ ଲିମିଟେଡକୁ ଭାରତ ସରକାରଙ୍କୁ ଦେବାକୁ ପଡିବ ୧୫ ଶହ କୋଟି ଟଙ୍କା । ଏହି ଟଙ୍କାକୁ ଅଗ୍ରୀମ ଆକାରରେ ଦେବାକୁ ହେବ । ଆସନ୍ତା ଅଗଷ୍ଟରୁ ଡିସେମ୍ୱର ମାସ ମଧ୍ୟରେ ଏହି ଟିକା ଆସିବ ବୋଲି ସୂଚନା ମିଳିଛି । ତେଣୁ ଆସନ୍ତ ୩ ମାସରେ ଏହି ତୃତୀୟ ଦେଶୀ ଟିକା ଦେଶରେ ଉପଲବ୍‌ଧ ହେବ ବୋଲି ଆଶା କରାଯାଉଛି

Leave A Reply

Your email address will not be published.