ଏକ ନୂଆ ଆରମ୍ଭ

କରୋନା ସଂକ୍ରମଣରେ ଲଗାମ୍ ଲଗାଇବା ପାଇଁ ସରକାର ସ୍ୱେଚ୍ଛାସେବୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାନ୍ତୁ-ଜନମତ

0

କୋଭିଡ-୧୯ର ଦ୍ୱିତୀୟ ଲହର ସମସ୍ତଙ୍କ ଜୀବନ ଜୀବିକାକୁ ଦୋହଲାଇଦେଇଛି । ସବୁଆଡୁ କରୋନା ସଂକ୍ରମଣକୁ ରୋକିବା ଲାଗି ଅବିରତ ଚେଷ୍ଟା ଚାଲିଛି । ଦେଶବିଦେଶରୁ ଭାରତକୁ ସହାୟତାର ସୁଅ ଛୁଟିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ଚେନ୍‌କୁ ରୋକିବାର ପ୍ରଚେଷ୍ଟା ନିଶ୍ଚିତ ଭାବେ ପ୍ରଶଂସନୀୟ । ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ଅତୁଳନୀୟ । ଘର ପରିବାର ଛାଡି ସମସ୍ତେ ଏକ ମନ ଏକ ପ୍ରାଣରେ କରୋନା ସଂକ୍ରମଣଠୁ ଦେଶବାସୀଙ୍କୁ ରକ୍ଷା କରିବା ଲାଗି କାର୍ଯ୍ୟରତ ।

- Advertisement -

ଏମିତି ଏକ ବିପତ୍ତି ସମୟରେ ଆଗେଇ ଆସିଛନ୍ତି ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ । ମିଶନ୍ ସଂଜିବନୀ ମାଧ୍ୟମରେ ବାଣ୍ଟି ଚାଲିଛନ୍ତି କୋଭିଡ୍ ସଚେତନତାର ବାର୍ତ୍ତା । ଓଡିଶାର ଖ୍ୟତନାମା ଡାକ୍ତର, ଶିକ୍ଷାବିତ୍‌, କଳାକାର, ସାମ୍ବାଦିକ ଓ ସମାଜସେବୀଙ୍କ ପ୍ରୋତ୍ସାହନର ବାର୍ତ୍ତା ତଥା ଉପଦେଶକୁ ଆମ ଟିଭି ମାଧ୍ୟମରେ ଲୋକଙ୍କ ନିକଟକୁ ପହଂଚାଉଛନ୍ତି।

କୋଭିଡ ଚେନ୍ ଭାଙ୍ଗିବାକୁ ଏକ ମାତ୍ର ଫଳପ୍ରଦ ଉଦ୍ୟମ ହେଉଛି ସାମାଜିକ ଦୂରତ୍ୱ ପାଳନ କରିବା । ଏଥିପାଇଁ ସରକାର ସଟଡାଉନ୍ ଓ ଲକଡାଉନ୍‌ର ପଦକ୍ଷେପ ନେଉଛନ୍ତି । ଯାହା ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ।

 

ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ପ୍ରତି ୫୦ ପରିବାରକୁ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ନିଯୁକ୍ତି କରାଯାଇଛି । ସେହି ୫୦ ପରିବାରକୁ ସ୍ୱେଚ୍ଛାସେବୀମାନେ ସରକାରୀ ସୁବିଧା ଉପଲବ୍‌ଧ କରାଇବା ସହ ରାସନ୍ ଓ ପରିବାପତ୍ର ମଧ୍ୟ ପହଂଚାଇଥାନ୍ତି । ଏହାଦ୍ୱାରା ଲୋକେ ସୁରକ୍ଷିତ ରହିବା ସହ ସଂକ୍ରମଣର ସଂଖ୍ୟାକୁ ମଧ୍ୟ ନିୟନ୍ତ୍ରିତ କରିହେବ । ତା ଛଡା ଲେକେ ବାହାରକୁ ଗୋଡ କାଢିବାକୁ ମଧ୍ୟ ବାଧ୍ୟ ହେବେ ନାହିଁ ।

ଆମ ରାଜ୍ୟ ସରକାର ଯଦି ଏଭଳି ଯୋଜନାକୁ ପ୍ରଣୟନ କରନ୍ତି, ତେବେ ଲୋକଙ୍କୁ ବାହାରକୁ ଯିବାକୁ ପଡିବନାହିଁ । କି ସାମାଜିକ ଦୂରତ୍ୱର ଆବଶ୍ୟକତା ପଡିବନି । ହୋମ୍ ଡେଲିଭରୀ ସଂସ୍ଥା ତଥା ବ୍ୟବସ୍ଥାକୁ ସଂପ୍ରସାରଣ କରି ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ ।

Leave A Reply

Your email address will not be published.