ଏକ ନୂଆ ଆରମ୍ଭ

କରୋନା ସମୟରେ ଗଣମାଧ୍ୟମ ଗୁଡିକ ସକରାତ୍ମାକ ସମ୍ବାଦ ପରିବେଷଣ କରିବା ଆବଶ୍ୟକ- ଅଭିନେତା ପପୁ ପମ୍ ପମ୍

0

କରୋନା ସଂକ୍ରମଣଠୁ ଅଧିକ ଘାତକ ମୃତ୍ୟୁ ଭୟ !
ଜଣେ ଧନୀକ ଶ୍ରେଣୀର ବ୍ୟକ୍ତି ନିଜ ବାପାଙ୍କ ପାଇଁ ଦୁଇଟି ବଡ ହସ୍ପିଟାଲରେ ବେଡ୍ ବୁକିଂ କରିବା ସହ ଅକ୍ସିଜେନ ସିଲିଣ୍ଡର ରଖିଥିଲେ । ଖାସ ଏହି ଭୟରେ ଯଦି ତାଙ୍କ ବାପାଙ୍କର କିଛି ଅସୁବିଧା ହୁଏ, ତେବେ ପାଖରେ ବିକଲ୍ଫ ଥାଉ । ଅନ୍ୟପଟେ ଡାକ୍ତରଙ୍କ ମତ ଅନୁଯାୟୀ ସେହି ବ୍ୟକ୍ତିଙ୍କ ବାପା ଘରେ ରହି ମଧ୍ୟ ଚିକିତ୍ସିତ ହୋଇପାରିବେ । ଅବସ୍ଥା ଏତେଟା ସଙ୍କଟାପନ୍ନ ନୁହେଁ । ହେଲେ ପାଖରେ ଟଙ୍କା ଅଛି ବୋଲି ମୃତ୍ୟୁ ଭୟରେ ଧନୀ ବ୍ୟକ୍ତି ଜଣକ ଏପରି ପଦକ୍ଷେପ ନେଇଛନ୍ତି । ଏହି ଘଟଣା ସହ ଗଣମାଧ୍ୟମର ସିଧାସଳଖ ସଂପର୍କ ରହିଛି ।

- Advertisement -

ଭାରତୀୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । କରୋନା ମହାମାରୀରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗଣମାଧ୍ୟମ ଆମକୁ ଅନ୍ୟାନ୍ୟ ଖବର ସମେତ ତାଜା ସ୍ଥିତିରେ ସରକାରୀ ବିଜ୍ଞପ୍ତି ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ, ଦେଶ ଓ ବିଶ୍ୱରେ କରୋନା ମହାମାରୀ ବିଷୟରେ ଅବଗତ କରାଉଛି । ସେଥିପାଇଁ ତାଙ୍କୁ ଅଗ୍ରଗାମୀ ଯୋଦ୍ଧାର ଆଖ୍ୟା ମିଳିଛି ।

ଗଣମାଧ୍ୟମ ସଂସ୍ଥାଗୁଡିକୁ ପପୁ ପମ୍ ପମ୍ ଅନୁରୋଧ କରିଛନ୍ତି ଯେ, କରୋନା ସମ୍ବନ୍ଧିତ ସମ୍ବେଦନଶୀଳ ଖବର ପ୍ରସାରଣ ଲୋକଙ୍କୁ ସଚେତନ କରିବା ବଦଳରେ ଭୟଭୀତ କରୁଛି । ଉଦାହରଣ ସ୍ୱରୂପ ମଶାଣୀରେ ଜାଗା ନାହିଁ, ମିଳୁନି ଅକ୍ସିଜେନ୍ ସିଲିଣ୍ଡର ଓ ହସ୍ପିଟାଲରେ ଶଯ୍ୟା ନାହିଁ । ଏଭଳି ଖବର ଲୋକଙ୍କୁ ଭୟରେ ବଂଚିବାକୁ ବାଧ୍ୟ କରୁଛି । ଏପରିକି କାହାକୁ କାଶ କିମ୍ବା ଛିଙ୍କ ହେଲେ ଖୋଦ୍ ସେ ନିଜେ ଓ ତାଙ୍କ ପରିବାର ଲୋକେ କୋକୁଆ ଭୟରେ ରହୁଛନ୍ତି । ମରିବା ଭୟରେ ହିଁ ସେମାନେ ଅତ୍ୟାବଶକୀୟ ଅକ୍ସିଜେନ୍ କିମ୍ବା ହସ୍ପିଟାଲରେ ବେଡ୍ ବୁକିଂ କରି ରଖିଦେଉଛନ୍ତି । ଫଳରେ କରୋନାରେ ସଂକ୍ରମିତ ସଙ୍କଟାପନ୍ନ ବ୍ୟକ୍ତି ଜଣକ ଅକ୍ସିଜେନ କିମ୍ବା ହସ୍ପିଟାଲରେ ଭର୍ତ୍ତି ପାଇବାରୁ ବଂଚିତ ରହୁଛି ।

ତେଣୁ ଲୋକଙ୍କ ମନରେ ଭୟର ବାତାବରଣ ଖେଳାଇବା ପରିବର୍ତ୍ତେ ସକରାତ୍ମକ ଖବର ପ୍ରସାରଣ କରନ୍ତୁ । ଅଯଥାରେ ମସଲାଦିଆ ଖବର ପ୍ରସାରଣ ନ କରି କରୋନା ବିରୋଧରେ ଲଢିବାକୁ ଲୋକଙ୍କୁ ମାନସିକ ଭାବେ ପ୍ରେରଣା ଦିଅନ୍ତୁ । କାରଣ ସଂକ୍ରମଣଠାରୁ ମୃତ୍ୟୁର ଭୟ ସମାଜ ପ୍ରତି ଅଧିକ ଘାତକ ସାବ୍ୟସ୍ତ ହୋଇଛି ।

ପପୁ ଏପରି ବି କହିଛନ୍ତି ଯେ, ଲକଡାଉନରେ ଘରେ ରହୁଥିବା ଲୋକ ନିଜକୁ କୌଣସି ନା କୌଣସି କାମରେ ବ୍ୟସ୍ତ ରଖନ୍ତୁ । କିଛି ଇନଡୋର ଗେମ୍ ହେଉ ଅବା ଅଫିସ କାମ, ଫିଲ୍ମ ହେଉ ଅବା ମନୋରଂଜର ବିଭିନ୍ନ ସାଧନ ଜରିଆରେ ନିଜକୁ ବ୍ୟସ୍ତ ରଖନ୍ତୁ । ଏହା ଦ୍ୱାରା କେହି ବାହାରକୁ ଅଯଥାରେ ଯିବାକୁ ଇଛା ପ୍ରକାଶ କରିବେନି ।

କରୋନା ସହ ଲଢିବାକୁ ହେଲେ ପ୍ରଥମେ ମାନସିକ ଭାବେ ପ୍ରସ୍ତୁତ ହୁଅନ୍ତୁ । କାହିଁକି ନା କରୋନା ସଂକ୍ରମଣର ଅନ୍ୟ ଏକ କାରଣ ମନରେ ଥିବା ଭୟ ଭାବେ ଉଭା ହୋଇଛି । ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ, ବାସ୍ତବତାକୁ ବଂଚିବାର ଅଧାର ବନାନ୍ତୁ ।

Leave A Reply

Your email address will not be published.