ଏକ ନୂଆ ଆରମ୍ଭ

ପ୍ରେମାନନ୍ଦଙ୍କ ନୂଆ ଗୀତ “ପୁଣି କଲେଜଯିବା “

0

ବିଜୟୀ ହଵା ଆମେ ବିଜୟୀ ହଵା , ପୁଣି ହସରେ ଖେଳରେ ସାଙ୍ଗସାଥିଙ୍କ ମେଳରେ ।

- Advertisement -

ଜୀବନ ସଜେଇଦେବା ପୁଣି କଲେଜ ଯିବା। ଏମିତି କିଛି ଧାଡିକୁ ନେଇ ରେକଡିଂ ହୋଇଛି କଲେଜ ଯିବା ପାଠ ପଢିବାକୁ ନେଇ ପ୍ରେମାନନ୍ଦଙ୍କ ନୂଆ ପ୍ରୋତ୍ସାହନ ଗୀତ।ଏଇ କରୋନା ସମୟ ରେ ପିଲାଙ୍କ ପାଠ ପଢା ପୁରା ଠପ୍ । ପିଲାମାନେ ଘରେ ବସି ଧୀରେ ଧୀରେ ହୋମସିକ ହେଵା ସହ ସାଙ୍ଗସାଥିଙ୍କ ମେଳକୁ ବହୁତ ମିସ୍ କରୁଥିବା ଦେଖାଦେଉଛି. ସେମାନଙ୍କୁ ଟିକେ ପ୍ରୋତ୍ସାହନ ଦେବା , ତାଙ୍କ ମନରେ କଲେଜ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ୟେଶରେ ଜି.ଆ.ଇ.ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ଏକ ଅଭିନବ ପ୍ରୟାସ କରୁଛି ଏହି‌ ପ୍ରୋତ୍ସାହନ ସଂଗୀତ ମାଧ୍ୟମରେ ।

ଜି.ଆ.ଇ.ଟି ବିଶ୍ୱବିଦ୍ୟାଳୟ, ଗୁଣପୁର ର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ “ପୁଣି କଲେଜଯିବା” ସଂଗୀତଟି ପ୍ରସ୍ତୁତ କରାଯାଇଛି।ଏହି ଗୀତଟିକୁ ପ୍ରେମାନନ୍ଦ ସଂଗୀତ ନିର୍ଦେଶନା କଲାବେଳେ ଗୀତ ରଚନା କରିଛନ୍ତି ଗୋପାଳକୃଷ୍ଣ ମହାନ୍ତି ଓ ବସନ୍ତରାଜ ସାମଲ ।କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ସବିଶେଷ । ଅନେକ ଦିନ ପରେ ଚଳଚଞ୍ଚଳ ହୋଇଉଠିଛି ସଂଗୀତ ଜଗତ , ଷ୍ଟୁଡିଓ ଓ ସଙ୍ଗୀତ ସହ ଯୋଡ଼ି ହୋଇ ଥିବା ସମସ୍ତ ବ୍ୟକ୍ତି ।

Leave A Reply

Your email address will not be published.