ଏକ ନୂଆ ଆରମ୍ଭ

+୨ ପରୀକ୍ଷା ବାତିଲ୍‌ କେଉଁ ଆଧାରରେ ମୂଲ୍ୟାଙ୍କନ ହେବ ?

0

ଯୁକ୍ତ ଦୁଇ ମୂଲ୍ୟାଙ୍କନ ଲାଗି ଗଠନ ହେବ ବିଶେଷଜ୍ଞ କମିଟି, ସରକାର ଙ୍କ ତରଫ ରୁ ଯୁକ୍ତ୨ ପରୀକ୍ଷା ବାତିଲ୍‌ ହୋଇଛି । ନିର୍ଦ୍ଧାରିତ ମାପଦଣ୍ଡ ଦ୍ୱାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବେ ହରଡଘଣାରେ। କେଉଁ ଆଧାରରେ ପିଲାଙ୍କ ମୂଲ୍ୟାୟନ କରାଯିବ, ବାଟ ପାଉନି ପରିଷଦ। ଯୁକ୍ତ୨ ପ୍ରଥମ ବର୍ଷରେ କେତେକ କଲେଜ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଇଥିଲେ। ତେବେ କରୋନା ସଂକ୍ରମଣ ବଢିବାରୁ ରାଜ୍ୟ ସରକାର ଏକାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ୍‌ କରି ସମସ୍ତ ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦେବାରୁ ବାକି କଲେଜ ପରୀକ୍ଷା କରାଇନଥିଲେ। ତେଣୁ ଦୁଇବର୍ଷ ମଧ୍ୟରେ ଗୋଟିଏ ବି ପରୀକ୍ଷାର ମାର୍କ ପରିଷଦ କିମ୍ବା ସମସ୍ତ କଲେଜ ପାଖରେ ନଥିବାରୁ ଚିନ୍ତା ବଢିଯାଇଛି।

- Advertisement -

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୧୫ଦିନ ମଧ୍ୟରେ ନିର୍ଦ୍ଧାରିତ ମାନଦଣ୍ଡ ପ୍ରସ୍ତୁତ କରିବାକୁ ପରିଷଦକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ବିଶେଷଜ୍ଞ କମିଟି ଗଠନ କରିବାକୁ ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପରିଷଦର ପୂର୍ବତନ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ବିଶିଷ୍ଟ ଶିକ୍ଷାବିତଙ୍କୁ ନେଇ ଦିନ ମଧ୍ୟରେ ଏକ କମିଟି ଗଠନ ହେବ। କମିଟିର ସଦସ୍ୟମାନଙ୍କୁ ନେଇ ଆସନ୍ତା ୧୫ଦିନ ମଧ୍ୟରେ ବିକଳ୍ପ ବାଟ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ।

Leave A Reply

Your email address will not be published.