ଏକ ନୂଆ ଆରମ୍ଭ

ଅଭିନେତ୍ରୀ ଅଙ୍କିତା ଭୌମିକଙ୍କ ଜଲସା

0

ଅଙ୍କିତା ଭୌମିକଙ୍କ ନାଁ ପଢିବା କିମ୍ବା ଶୁଣିବା ମାତ୍ରେ ମନକୁ ଚାଲିଆସେ ଅନେକ ସୁପରହିଟ୍ ଭିଡିଓ ଆଲବମ୍ । ଅନେକ ସୁପରହିଟ୍ ଆଲବମ ଦର୍ଶକଙ୍କୁ ଭେଟି ଦେବା ପରେ ଏବେ ଅଙ୍କିତା ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଛନ୍ତି । ଆଗାମୀ ଦିନରେ ଅଙ୍କିତାଙ୍କୁ ଦୁଇଦୁଇଟି ଫିଲ୍ମରେ ଦେଖିବାକୁ ମିଳିବ । କାହିଁକି ନା ଅଙ୍କିତା ଏକାଥରକେ ଦୁଇଦୁଇଟି ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ।

- Advertisement -

ପ୍ରେମ ଓ କମେଡି କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର “୧୦୦% ଲଭ” ଓ “ମୋ ଜୀବନ ତୁ” ଭଳି ଫିଲ୍ମରେ ଅଙ୍କିତାଙ୍କୁ ଦେଖିବାକୁ ମିଳିବ । ଏହି ଦୁଇଟି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭଳିଛନ୍ତି ଓଡିଶାର ଜଣାଶୁଣା ଡୁଓ ଭିଡିଓ ଆଲବମ୍ କିଙ୍ଗ୍ ତଥା ୫୦୦୦ରୁ ଅଧିକ ନିର୍ଦ୍ଦେଶନା ଦେଇଥିବା ଲୁବୁନ୍‌ ଟୁବୁନଙ୍କ ଯୋଡି ।

ଏସ୍ ଏସ୍ ଏଣ୍ଟରଟେନମେଣ୍ଟର ପ୍ରଥମ ଉପହାର ହେଉଛି ଫିଲ୍ମ “୧୦୦% ଲଭ”। ସଂଳାପ ଦାୟିତ୍ୱ ବାପୁ ଗୋସ୍ୱାମୀ ନେଇଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲଳିତ କୁମାର । ସେହିଭଳି ଫିଲ୍ମରେ ଓମ୍‌, ମେଘା, କୁନା ତ୍ରିପାଠୀ, ସମରେଶ, ପ୍ରଜ୍ଞା, ଗୁଡ୍ଡୁ ଓ ବ୍ରଜ ସିଂଙ୍କ ଭଳି ପୁରୁଖା କଳାକାର ନଜର ଆସିବେ ।

ଅନ୍ୟପଟେ ଫେଷ୍ଟିଭ ଡିଜାଇନ୍ ଇନ୍‌ଫ୍ରା ଆଣ୍ଡ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ “ମୋ ଜୀବନ ତୁ” ର ପ୍ରଯୋଜନା ଭାର ଇମ୍‌ତିଆଜ ଅଲ୍ଲୀ ଓ ସହ- ପ୍ରଯୋଜନା କରିଛନ୍ତି କ୍ଷିତିଶ କୁମାର ସାହୁ । ସଂଳାପ ରଚନା କରିଛନ୍ତି ସଂଜୟ ମହାକୁଳ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ । ଅପରପକ୍ଷେ ଅଭିନୟରେ ପ୍ରଦୀପ୍ ଦତ୍ତ ,ଅଙ୍କିତା ଭୌମିକ, ନମ୍ରତା ସିଂହଦେଓ, ସରୋଜ ଦାସ, କାଳିଆ, ପପୁ ସନ୍ତୁକା, ରିସ୍ନା, ଟନିଆ, ବାବୁ ପ୍ରଧାନ ,ନେହା ଓ ଶୁଭଶ୍ରୀଙ୍କୁ ଦେଖିବାକୁ ମିଳିବ ।

ଏହି ଦୁଇଟି ଫିଲ୍ମର ସୁଟିଂ ସରିବା ସହ ପୋଷ୍ଟ ପ୍ରଡକ୍ସନ୍ କାମ ମଧ୍ୟ ସରିଛି । କରୋନା ମହାମାରୀ ସ୍ଥିତିକୁ ଦେଖି ଫିଲ୍ମଗୁଡିକ ଖୁବଶୀଘ୍ର ରିଲିଜ୍ ହେବ ବୋଲି ଜଣାଇଛନ୍ତି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।

Leave A Reply

Your email address will not be published.