ଏକ ନୂଆ ଆରମ୍ଭ

ପୁଣି ବିଧାନସଭାରେ ରତ୍ନ ଭଣ୍ଡାର ତାତି

0

ଭୁବନେଶ୍ୱର (ଆମ ଟିଭି) : ପୁଣି ବିଧାନସଭାରେ ରତ୍ନ ଭଣ୍ଡାର ତାତି । ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ଶ୍ରୀମନ୍ଦିରର ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଚାବି ସୁରକ୍ଷିତ ଅଛି କି ନାହିଁ, ସେ ନେଇ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିପାଇଁ ଗଠନ ହୋଇଥିବା କମିଶନ କ’ଣ ରିପୋର୍ଟ ଦେଇଛନ୍ତି, ତାହା ମଧ୍ୟ ଗୃହରେ ଉପସ୍ଥାପନ କରାଯାଉନାହିଁ । କମିଶନଙ୍କ କାର୍ୟ୍ୟକାଳ ଶେଷ ହୋଇଯାଇଥିଲେ ବି ତଦନ୍ତ ଆଳରେ ତାଙ୍କର ଅବଧି ବଢ଼ାଯାଉଛି । କିନ୍ତୁ ଏପର୍ୟ୍ୟନ୍ତ କମିଶନଙ୍କ ରିପୋର୍ଟ ଦାଖଲ ନହୋଇପାରିବା ଉଦବେଗର ବିଷୟ ବୋଲି ବିଧାୟକ କହିଛନ୍ତି । କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସରକାର କାହିଁକି ଏତେ ଅବହେଳା କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.