ଏକ ନୂଆ ଆରମ୍ଭ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ଜାମିନ

0

ଭୁବନେଶ୍ୱର (ଆମ ଟିଭି): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଅଭିନେତ୍ରୀ ବର୍ଷାଙ୍କ ସହ ତାଙ୍କ ମା’ ଏବଂ ଝିଆରିଙ୍କୁ ମଧ୍ୟ ଜାମିନ ମିଳିଛି। ହାଇକୋର୍ଟଙ୍କ ତରଫରୁ ତାଙ୍କୁ ଏହି ଜାମିନ ମଞ୍ଜୁର କରାଯାଇଛି । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀମାନଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ବର୍ଷାଙ୍କ ନାଁରେ ଅଭିଯୋଗ ହୋଇଥିଲା । କିନ୍ତୁ ଏବେ ବର୍ଷାଙ୍କୁ ଏଥିପାଇଁ ଅନ୍ତରୀଣ ଜାମିନ ମଞ୍ଜୁର ହୋଇଯାଇଛି ।

ସୂଚନା ଅନୁଯାୟୀ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ କଳହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିବାଦକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ଏହାର କିଛି ସ୍ଥାୟୀ ସମାଧାନ ମିଳିପାରିନାହିଁ । ତେବେ ଏହାରି ମଧ୍ୟରେ କିଛି ଦିନ ତଳେ ବର୍ଷା ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ଅଭିଯୋଗ ଆଧାରରେ ବର୍ଷାଙ୍କୁ ସମନ କରିଥିଲା ଦିଲ୍ଲୀ ପୋଲିସ । ବର୍ଷାଙ୍କ ସହିତ ତାଙ୍କ ମା’ଏବଂ ଝିଆରିଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.