ଏକ ନୂଆ ଆରମ୍ଭ

ଅଭି(ନେତା): ନେତା କେତେ ?… ଅଭିନେତା କେତେ ?

0

ଅଭିନେତା ମାନେ ସବୁବେଳେ ହୋଇଥାନ୍ତି କ୍ରାଉଡ ପୁଲର୍ । ଖାସ୍ ସେଇଥି ପାଇଁ ରାଜନୈତିକ ପାର୍ଟିରେ ସେମାନଙ୍କର ଥାଏ ଖାସ୍ ଦବଦବା । ନିର୍ବାଚନ ବେଳେ ତ ଅଭିନେତାଙ୍କୁ ହାତେଇବାକୁ ନେତା କରିଥାନ୍ତି ଲବି । ରାଲି ହେଉ ବା ଦଳୀୟ ସଭା ସବୁଥିରେ ଖୋଜା ପଡନ୍ତି ଅଭିନେତା ଅଭିନେତ୍ରୀ । ସେମାନଙ୍କ ଭିତରୁ କିଏ କରନ୍ତି ଲଙ୍ଗ୍ ଲାଷ୍ଟିଙ୍ଗ୍ । ଆଉ କିଏ ପାଲଟିଯାଆନ୍ତି ଅଲୋଡ଼ା । ସର୍ବ ପୁରାତନ ଓ ମୁଭି ସମ୍ରାଟ ସହ ଚିର ପରିଚିତ ଭାଇନାଙ୍କ ଠାରୁ ଆରମ୍ଭ କରିବା ଅଭିନେତା ଠୁ ରାଜନେତା । ପ୍ରଥମେ ଆରମ୍ଭ କଲେ ବିଜେପିର ନେତା ଭାବେ । ବିଜେପି ଟିକେଟରେ ବେଗୁନିଆରୁ ଲଢ଼ି ହୋଇଥିଲେ ବିଜୟୀ । ମନ୍ତ୍ରୀ ମଧ୍ୟ ଥିଲେ ନବୀନ ପଟ୍ଟନାୟକଙ୍କ ସରକାରରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିସିସନ୍ ଅନୁସାରେ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହେଇଥିଲେ । ତାପରେ କିଛି ଦିନର ନିରବତା । ପରେ ସେ ପୁଣି ଯୋଗ ଦେଇଥିଲେ ଶରଦ ପାୱାରଙ୍କ ଏନ୍ ସି ପି ଦଳରେ। ସେଠି କିଛି ସମସ୍ୟା ପରେ ସେ ପୁଣି ସାଥି ଅମର ଶତପଥୀଙ୍କ ସହ ଯୋଗ ଦେଲେ ବିଜେଡ଼ିରେ ।

- Advertisement -

ବିଜେଡି ଅନେକ ପଦ ପଦବୀ ଦେବା ପରେ ପ୍ରଚାର ସମୟରେ ବି ଅଭିନେତା ଶ୍ରୀଯୁକ୍ତ ନନ୍ଦଙ୍କୁ ଉପଯୋଗ କଲେ । ତାପରେ ଶ୍ରୀଯୁକ୍ତ ନନ୍ଦଙ୍କୁ ରାଜ୍ୟସଭା ପଠାଇ ପ୍ରତ୍ୟକ୍ଷ ରାଜ୍ୟ ରଜନୀତିରୁ ଦୁରାଇ ଦେଲେ । ୨୦୧୯ ସାଧାରଣ ନିର୍ବାଚନରେ ମାଳ ମାଳ ଅଭିନେତା ଅଭିନେତ୍ରୀ ପ୍ରଚାର କରୁଥିବା ବେଳେ ଶ୍ରୀଯୁକ୍ତ ନନ୍ଦଙ୍କୁ ନିର୍ବାଚନ ପ୍ରଚାରରେ ଗୁରୁତ୍ବ ଦିଆଗଲାନି କି ଦାୟିତ୍ବ ମିଳିଲାନି । ଅବଶ୍ୟ କିଛି ଯୁବ ଅଭିନେତା ଅଭିନେତ୍ରୀଙ୍କୁ ଷ୍ଟାର ପ୍ରଚାରକ ଭାବେ ନିଯୁକ୍ତି ଓ ଚୁକ୍ତି ଭିତ୍ତିକ ଦାୟିତ୍ବ ଦିଆଗଲା ଏଠି ଆମର ଇତିହାସ ପୃଷ୍ଠା ଓଲଟାଇ କେବେଳ ଇତିହାସରେ ଅଭିନେତାରୁ ନେତା ହୋଇ କେତେ ପରିମାଣର ଦାୟିତ୍ବ ଓ ସ୍ଥାୟିତ୍ର ନିଭାଇପାରିଛନ୍ତି, ତାହା ତର୍ଜମା ସାପେକ୍ଷ । ଆମେ ଜନତାଙ୍କ ପାଖରେ ଏକ ସୂଚନାଧର୍ମୀ ଚିଠା ଦେଉଛୁ । ଆମ ଅଭିନେତାଙ୍କୁ ପ୍ରଫେସନରେ ଗୁରୁତ୍ବ ମିଳେ, ବା ପ୍ରଫେସନରେ ବଦଳ ହେଲେ ଗୁରୁତ୍ବ ମିଳେ ? ଅଭିନେତାଙ୍କ ସ୍ଥାୟୀତ୍ବ କେଉଁଠି ? ଅନ୍ୟ ଅଭିନେତାଙ୍କ ସଂପର୍କରେ ଏମିତି ସୂଚନାଧର୍ମୀ ଲେଖା ଆମେ ପ୍ରକାଶ କରିବୁ ଆଗାମୀ ଅଧ୍ୟାୟରେ।

Leave A Reply

Your email address will not be published.