ଏକ ନୂଆ ଆରମ୍ଭ

ଅକ୍ସଫୋର୍ଡ ଇଂଜିନିୟରିଂ କଲେଜ ଏବଂ ମ୍ୟାନେଜମେଣ୍ଟରେ କ୍ୟାମ୍ପସ୍ ଚୟନ

0

ସ୍ଥାନୀୟ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜ ଏବଂ ମ୍ୟାନେଜମେଣ୍ଟ ପରିସର ରେ ରାମଟେକ ସଫ୍ଟୱେର ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ କ୍ଯାମ୍ପସ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟାରେ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜର ୬୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ଏବଂ ସେମାନଙ୍କୁ କମ୍ପାନି ତରଫରୁ ନିଯୁକ୍ତି ପତ୍ର ଓ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଏହି କ୍ଯାମ୍ପସ ଚୟନ ରେ ରାମଟେକ ସଫ୍ଟୱେର ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ପ୍ରଶାସନିକ ପରିଚାଳକ ସନ୍ଦିପ କୁମାର ଜେନା ପରିଚାଳନା କରିବା ସହିତ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜ ଏବଂ ମ୍ୟାନେଜମେଣ୍ଟ କଲେଜ ର ଚେୟାରମ୍ୟାନ ଡ଼. ଅନୁମାଧବ ପଣ୍ଡା ଉପସ୍ଥିତ ରହି ଉତିର୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଉତ୍ତୋରତ୍ତର ଉନ୍ନତିର କାମନା କରିଥିଲେ ଓ ଆଗାମୀ ଦିନରେ ଆହୁରି କମ୍ପାନି ମାନ କ୍ଯାମ୍ପସ ଚୟନ ପାଇଁ ଆସିବ ବୋଲି ପ୍ରତିସୂତି ଦେଇଥିଲେ,ଏହି ଚୟନ ପ୍ରକ୍ରିୟା ରେ କଲେଜ ର ପ୍ରିନ୍ସପାଲ ଏବଂ ଟ୍ରେନିଂ ଆଣ୍ଡ ପ୍ଲେସମେଣ୍ଟ ଅଫିସର ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.