ଏକ ନୂଆ ଆରମ୍ଭ

ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆସିବ ବର ତୋର” ରେ ଅଭିନେତ୍ରୀ ସ୍ବାତୀ

0

ମୁନ୍ ଟିଭି ମୁଭିଜ୍ ବ୍ୟାନରରେ‌ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆସିବ ବର ତୋର” ରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହେଲେ ଅଭିନେତା ଅମ୍ଳାନ , ସସ୍ମିତା ଓ ଅଭିନେତ୍ରୀ ସ୍ବାତୀ। ଅମ୍ଳାନ ପୂର୍ବରୁ ମୁନ୍ ଟିଭି ମୁଭିଜ୍ ର ” ବଜରଙ୍ଗୀ ” ଅଭିନୟ କରି ବହୁ ପ୍ରଶଂସା ସାଉଁଟି ସାରିଛନ୍ତି। ଅଭିନେତ୍ରୀ ସ୍ବାତୀ ” କିଏ ହେବ ମୋ ହିରୋଇନ୍” ‌ ରୁ ଅଭିନୟ ଯାତ୍ରା ଆରମ୍ଭ କରି ଥିଲେ ତାଙ୍କ ଅଭିନୀତ ଚଳଚ୍ଚିତ୍ର “ଅଟୋଗ୍ରାଫ୍” ମୁକ୍ତିଲାଭ ଅପେକ୍ଷାରେ ରହିଛି । ସସ୍ମିତା ମଧ୍ୟ କିଏ ହେବ ମୋ ହିରୋଇନ୍ ରୁ ଅଭିନୟ ଜଗତକୁ ଆସିଥିଲେ। ସେ ” ହାପି ଲକି” ଚଳଚ୍ଚିତ୍ର ରେ ଅଭିନୟ କରିସାରିଛନ୍ତି। ସ୍ବାତୀ ୧୫ ରୁ ଅଧିକ ମ୍ୟୁଜିକ ଭିଡିଓ ରେ ଅଭିନୟ କରିସାରିଛନ୍ତି। ଚଳଚ୍ଚିତ୍ର ର ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦିଲ୍ଲୀପ ପଣ୍ଡା । ପଦେଷ୍ଟା ଅଛନ୍ତି କଲ୍ୟାଣ ବାରିକ, ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ, ମ୍ୟୁଜିକ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର। ଆସନ୍ତା  ପ୍ଟେମ୍ବର ମାସରେ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ‌ ୮ଟି ଚଳଚ୍ଚିତ୍ର ର ଶୁଭ ମହୁରତ ଅନୁଷ୍ଠିତ ହେବ ବୋଲି କ୍ରିଏଟିଭ ହେଡ ପ୍ରଣୟ ଜେଠୀ ଜଣେଇଛନ୍ତି।

Leave A Reply

Your email address will not be published.